www.samajalive.in
Friday, December 12, 2025
19.1 C
Bhubaneswar

ରଘୁନାଥ ଜୀଉ ମନ୍ଦିରରେ ରାମଲୀଳା ଉଦ୍‌‌ଯାପିତ

ଆଠଗଡ଼଼: ଆଠଗଡ଼଼ର ସର୍ବପୁରାତନ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟସଂଘର ୭୫ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ରାମଲୀଳା ମହୋତ୍ସବ ଶୁକ୍ରବାର ରାତିରେ ଉଦ୍‌‌ଯାପିତ ହୋଇଯାଇଛି। ଏହି ମହୋତ୍ସବରେ ଆଖପାଖ ଗ୍ରାମର ରାମଲୀଳା ସଂଘ ପକ୍ଷରୁ ଭିନ୍ନ ଭିନ୍ନ ବିଷୟର ରାମଲୀଳା ପରିବେଷଣ କରାଯାଇଥିଲା। ଅନ୍ତିମ ଦିନରେ ଆୟୋଜକ ରଘୁନାଥ ଜୀଉ ନାଟ୍ୟସଂଘ ରାମଲୀଳା ପରିବେଷଣ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ପ୍ରଧାନଙ୍କ ପୌରୋହିତୟରେ ଅନୁଷ୍ଠିତ ଉଦ୍‌‌ଯାପନୀ ଉତ୍ସବରେ ଖ୍ୟାତନାମା ସିନେ ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳ ମୁଖ୍ୟଅତିଥି ଭାବେ ଯୋଗଦେଇ ରାମଲୀଳା ପରି ଏକ ପୌରାଣିକ ଲୋକକଳାକୁ ଦୀର୍ଘ ୭୫ବର୍ଷ ଧରି ବଞ୍ଚାଇ ରଖିଥିବାରୁ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସଂଘ ଧନ୍ୟବାଦର ପାତ୍ର ବୋଲି କହିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ରାମଲୀଳା ମହାସଂଘ ସଭାପତି ରୁଦ୍ରଚରଣ ମହାନ୍ତି, ବର୍ଷିୟାନ କଳାକାର ତଥା ରାମଲୀଳା ନିର୍ଦ୍ଦେଶକ ସଦାନନ୍ଦ ସାହୁ, ବସନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ରାମଲୀଳା ପରିବେଷଣ କରିଥିବା ଜଗନ୍ନାଥ ଜୀଉ ରାମଲୀଳା ସଂଘ, କନ୍ତୋଲର ମା ଚଣ୍ଡି ଯୁବକଳା ପରିଷଦ କଦଳୀବାଡିର ଅମରେଶ୍ୱର ରାମଲୀଳା ସଂଘ, ଆଙ୍କୁଲା ରାମଲୀଳା ସମିତି, ଲକ୍ଷ୍ମୀନାରାୟଣପୁର ରାମଲୀଳା ସଂଘ, ଗୁଣ୍ଡିଚାପୁର ରାମଲୀଳା ସଂଘକୁୁ ସମ୍ବଦ୍ଧିତ କରିଥିଲେ। ଆୟୋଜକ ସଂଘର ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସଂପାଦକ ସୁଧାଂଶୁ ଶେଖର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories