www.samajalive.in
Sunday, December 14, 2025
26.1 C
Bhubaneswar

ମୁଖ୍ୟ ବଜାରର ଅବସ୍ଥା କହୁଛି କଲମପୁର ବିକାଶର କଥା

କଲମପୁର: କଲମପୁର ମୁଖ୍ୟ ବଜାର କହିଲେ ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିର, ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ସାଂସ୍କୃତିକ ମଞ୍ଚ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ବୁଝାଇଥାଏ। ଏହି ଅଞ୍ଚଳର ଅବସ୍ଥା ଏବେ ଦୟନୀୟ। ଜଗନ୍ନାଥ ମନ୍ଦିର ପାର୍ଶ୍ବରେ ଥିବା ଦୋକାନ ଗୃହକୁ ଲାଗି ରହିଛି ନଳକୂଅ। ଯେଉଁ ନଳକୂଅର ପାଣି ସମଗ୍ର ବଜାରର ଲୋକ ବ୍ୟବହାର କରନ୍ତି। କିନ୍ତୁ ସେହି ନଳକୂଅର ବର୍ଜ୍ୟ ପାଣି ନିଷ୍କାସନ ପାଇଁ ନାହିଁ ନାଳିର ବ୍ୟବସ୍ଥା। ଯେଉଁଥିପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ରାସ୍ତା ଉପରେ ପ୍ରବାହିତ ହୁଏ ମଇଳା ପାଣି। ସେହି ଅପରିଷ୍କାର ପାଣି ଡେଇଁ କଲେଜର ଛାତ୍ରଛାତ୍ରୀଙ୍କ ସମେତ ଅନେକ ଲୋକେ ଯାତାୟତ କରନ୍ତି। ଏହାର ବିପରୀତ ଦିଗରେ ରହିଛି ଦୁର୍ଗା ମଣ୍ଡପ ଏବଂ ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା। ଏହି ରାସ୍ତା ପାର୍ଶ୍ବକୁ ଲାଗି ରହିଛି ସାଂସ୍କୃତିକ ମଞ୍ଚ। କିନ୍ତୁ ଏହି ମଞ୍ଚ ନିକଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅଳ୍ପ ବର୍ଷାରେ ବେହାଲ ହୁଏ ଏହି ମୁଖ୍ୟ ବଜାରର ଅବସ୍ଥା।

ଏହି ମଞ୍ଚ ପାର୍ଶ୍ବରେ ରହିଛି ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ସମେତ, ବ୍ୟାଙ୍କ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବନ, ଅଗ୍ନିଶମ, କୃଷି, ଉଦ୍ୟାନ କୃଷି, ରାଜସ୍ୱ ନିରୀକ୍ଷକଙ୍କ ସମେତ ପଂଚାୟତ କାର୍ଯ୍ୟାଳୟକୁ ଯୋଗାଯୋଗ ପାଇଁ ରାସ୍ତା। ରିତିମତ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ସମେତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଡିଓ ତହସିଲଦାର, ଜିଲାପାଳ ଏବଂ ରାଜ୍ୟସ୍ତରୀୟ ଅଧିକାରୀ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। କିନ୍ତୁ ଏହି ମୁଖ୍ୟ ବଜାର ପ୍ରାଙ୍ଗଣ ଉପରେ କାହାର ଦୃଷ୍ଟି ନପଡ଼ିବା ପରିତାପର ବିଷୟ। ଏହାସହ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ସହ କିଛି ସ୍ଥାନରେ ମଇଳା ଓ ବର୍ଷା ପାଣି ନିଷ୍କାସନ ପାଇଁ ନାଳି ତିଆରି କରାଯାଇଥିଲେ ମଧ୍ୟ ପଂଚାୟତ ତରଫରୁ ନାଳି ସଫା ଦିଗରେ ଗୁରୁତ୍ୱ ଦିଆ ଯାଉନଥିବାରୁ ବହୁ ନାଳି ପୋତି ହେଇ ସାରିଲାଣି। ଯେଉଁଥିପାଇଁ ଅନେକ ସ୍ଥାନରେ ମଇଳା ପାଣି ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ସରପଞ୍ଚ ନା କେହି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ଯଦି ଆଗାମୀ ବର୍ଷା ପୂର୍ବରୁ ନାଳି ସଫେଇ ସହ ମୁଖ୍ୟ ବଜାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆନଯାଏ, ତେବେ ଡେଙ୍ଗୁ ମେଲେରିଆ ଭଳି ଗୁରୁତର ସ୍ଥିତି ଉପୁଜିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ବ୍ଲକ ଏବଂ ଜିଲା ପ୍ରାଶସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

- Advertisement -

ଏନେଇ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସହ ଯୋଗାଯୋଗ କରାଯାଇଥିଲା ତୁରନ୍ତ କଲମପୁର ମୁଖ୍ୟ ବଜାର ପ୍ରାଙ୍ଗଣ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି। ଏହି ସୌନ୍ଦର୍ଯ୍ୟକରଣ ସହ ମୁଖ୍ୟ ବଜାରରେ ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ଆଦି ବ୍ୟବସ୍ଥା କରାଯିବ। ତେଣୁ ଏହି ସମସ୍ୟାର ସମାଧାନ ତୁରନ୍ତ ହେବ ବୋଲି ବିଡିଓ ଶ୍ରୀ ମାଣ୍ଡାଙ୍ଗି ମତବ୍ୟକ୍ତ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories