www.samajalive.in
Monday, December 8, 2025
13.1 C
Bhubaneswar

କଳା ହୋଇ ଯାଇଛି କି ତାୱା? ଏମିତି ଚମକାନ୍ତୁ ..

ତାୱା ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ତାୱା ବିନା ରୁଟି କିମ୍ବା ପରଟା ତିଆରି କରିବା ଅସମ୍ଭବ। ମାତ୍ର ଲଗାତାର ବ୍ୟବହାର କରିବା ଦ୍ୱାରା ଏହା ସମ୍ପୂର୍ଣ୍ଣ କଳା ହୋଇଯାଏ। କଳଙ୍କି ମଧ୍ୟ ଲାଗିଯାଏ। ଏହାପରେ ଏଥିରେ ରୁଟି ଭଲ ଭାବେ ତିଆରି ହୋଇ ପାରିନଥାଏ। ଗ୍ୟାସ ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ।
ବିଶେଷ କରି ଲୁହା ତାୱାରେ ପରଟା କିମ୍ବା ଆମଲେଟ୍‌‌ ତିଆରି କରିବା ପରେ ତେଲ ଅଂଶ କାରଣରୁ ଏହା ଚିକଟା ହେବାକୁ ଲାଗିଥାଏ। ରୁଟି ହେବା ପରେ ଅଟା ଗୁଣ୍ଡ ଓ ତେଲ ଅଂଶ ମିଶି ଧିରେ ଧିରେ ଏହା କଳା ଓ କଳଙ୍କିର ଆସ୍ତରଣ ସୃଷ୍ଟି କରେ। ସାଧାରଣତଃ ତାୱାକୁ ସାବୁନରେ ମାଜି ସଫା କରାଯାଏ। ମାତ୍ର ଏହାଦ୍ୱାରା ଭଲ ଭାବେ ସଫା ହୋଇ ପାରିନଥାଏ। ଏଭଳି ଏକ ସହଜ ଓ ଘରୋଇ ଉପାୟ ବିଷୟରେ ଜାଣନ୍ତୁ ଯାଦ୍ୱାରା ତାୱାରୁ କଳାଦାଗ ଓ କଳଙ୍କି ସମ୍ପୂର୍ଣ୍ଣ ଭାବେ ସଫା ହୋଇ ଚକ୍‌‌ଚକ୍‌‌ କରିବ।
ଆବଶ୍ୟକ ସାମଗ୍ରୀ..
ଉଷୁମ ପାଣି
ଲେମ୍ବୁ – ୧ଟା
ଲୁଣ – ୧ ଚାମଚ
ପ୍ରଥମେ ତାୱାରେ କିଛି ଖାଦ୍ୟ ଲାଗି ଥିଲେ, ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ଲୁଣକୁ ତାୱାର ଚାରି ଆଡେ ପକାନ୍ତୁ। ୧୫ ମିନିଟ ଯାଏଁ ଏହାକୁ ରଖି ଦିଅନ୍ତୁ। ଏବେ ଲେମ୍ବୁ ଓ ଉଷୁମ ପାଣିରେ ଏହାକୁ ଭଲ ଭାବେ ସଫା କରି ଦିଅନ୍ତୁ। ଲୁଣ ଓ ବେକିଙ୍ଗ ସୋଡା ମିଶାଇ ମଧ୍ୟ ତାୱାକୁ ସଫା କରି ପାରିବେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories