www.samajalive.in
Friday, December 12, 2025
23.1 C
Bhubaneswar

ପଶ୍ଚିମବଙ୍ଗରେ ହିଂସା: ଆଦିବାସୀ ନବାଳିକାଙ୍କୁ ଦୁଷ୍କର୍ମପରେ ହତ୍ୟା ଅଭିଯୋଗ- ଅଖତର ନାମକ ଯୁବକକୁ ଗିରଫକଲା ପୁଲିସ

କୋଲକତା- ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଜଣେ ଆହିଦାସୀ ନବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯିବା ପରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ସହ ପୁଲିସ ବହୁ ଖୋଜା ଖୋଜି କରିଥିଲା । ହେଲେ ଶନିବାରରେ ଏହି ନାବାଳିକାର ମୃତ ଦେହ ଏକ କେନାଲ୍‌ରେ ଭାସୁଥିବା ଦେଖିବା ପାଇଁ ମିଳିଥିଲା । ଏହାପରେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକ ଶବ ରଖି ରାସ୍ତାରୋକ କରିଥିଲେ । ଜାଭେଦ୍‌ ଅଖତରନାମକ ଯୁବକ ଏବଂ ତାର ସାଙ୍ଗମାନେ ନାବାଳିକାଙ୍କୁ ଦୁଷ୍କର୍ମପରେ ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଅଖତର ପୂର୍ବରୁ ନାବାଳିକାଙ୍କୁ ଜାଣିଥିବା ଅଭିଯୋଗ ହୋଇଛି ।

ଏହାପରେ ପୁଲିସ ନାବାଳିକାଙ୍କ ଶବକୁ ଘୋଷାଡି ନେଇଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ମୃଦୁ ଲାଠି ଚାଳନା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ଏହି ଘଟଣାରେ ପୁଲିସ ଅଖତରକୁ ଗିରଫ କରିଥିବା ସୂଚନା ଦେଇଛି । ଏହାପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories