www.samajalive.in
Monday, December 8, 2025
14.1 C
Bhubaneswar

ଜନ୍ମଦିନରେ ସାହାରୁଖ ପିନ୍ଧିଲେ ଖୋର୍ଦ୍ଧା ଗାମୁଛା!

ନୂଆଦିଲ୍ଲୀ: ସମ୍ପ୍ରତ୍ତି ସୋସିଆଲ ମିଡିଆ(ହ୍ୱାଟ୍ସଆପ୍‍)ରେ ସାହାରୁଖଙ୍କ ଏକ ଫଟୋ ବେଶ୍‍ ଚର୍ଚ୍ଚିତ ହୋଇଥିଲା। ସୁପର ଷ୍ଟାର ସାହରୁଖ ତାଙ୍କ ଜନ୍ମଦିନରେ ଖୋର୍ଦ୍ଧା ନିର୍ମିତ ଗାମୁଛାରେ ଏହି ସାର୍ଟ ନିର୍ମାଣ କରି ପିନ୍ଧିଛନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଚାର କରାଯାଇ ଥିଲା। ସାହରୁଖଙ୍କ ଏହି ସାର୍ଟ ସମ୍ପର୍କିତ ପୋଷ୍ଟ ବେଶ୍‍ ଚର୍ଚ୍ଚିତ ମଧ୍ୟ ହୋଇଥିଲା। ତେବେ ନିକଟରେ ଏକ ସିନେମାର ପ୍ରମୋସନ ସେଟରେ ସାହରୁଖଙ୍କ ଏହି ସାର୍ଟର ରହସ୍ୟ ଉନ୍ମୋଚିତ ହୋଇଛି। ସାର୍ଟଟି ଗାମୁଛାରେ ନିର୍ମିତ ହୋଇଥିଲେ ମଧ୍ୟ ଏହା ଖୋର୍ଦ୍ଧା ନୁହେଁ ବରଂ ବାରାଣସୀ ଗାମୁଛାରେ ନିର୍ମିତ ବୋଲି ସିନେମାର ଆୟୋଜକ ସ୍ପଷ୍ଟ କରିଛନ୍ତି।
ସାହରୁଖଙ୍କ “ଜିରୋ’ ସିନେମାର ମୁକ୍ତିଲାଭକୁ ନେଇ ଦର୍ଶକ ବେଶ୍‍ ଅପେକ୍ଷାରେ ଥିଲେ। ନିକଟରେ ଏହି ସିନେମାର ମୁଖ୍ୟାଶଂ(ଟ୍ରେଲର) ମୁକ୍ତିଲାଭ କରିଛି। ସାହରୁଖଙ୍କ ଜନ୍ମଦିନ ଅବସରରେ ସିନେମାର ଟ୍ରେଲର ବେଶ ନିଆରା ଢଙ୍ଗରେ ମୁକ୍ତିଲାଭ କରିଥିଲା। ସିନେ ସେଟକୁ ମେରଠ ସହର ଅନୁରୂପ ସଜା ଯିବା ସହ ସେଠାକାର ଖ୍ୟାତନାମା ମିଠା ଜିଲାପି ଦୋକାନର ନିର୍ମାଣ ମଧ୍ୟ ସେଟରେ ସ୍ଥାନିତ କରାଯାଇ ଥିଲା। ଏପରିକି ସେଟରେ ମୋବାଇଲ ଦୋନାନ, ବହି ଦୋକାନ ମଧ୍ୟ ନିର୍ମାଣ କରାଯାଇ ଥିଲା। ଏହି ସେଟରେ ସାହରୁଖ ଲାଲ ରଙ୍ଗର ଏକ ସାର୍ଟ ପିନ୍ଧି ପ୍ରବେଶ କରିଥିଲେ। ଅନୁରୂପ ଖୋର୍ଦ୍ଧା ଗାମୁଛା ସଦୃଶ୍ୟ ଦୃଶ୍ୟମାନ ଏହି ସାର୍ଟର କନା ଓଡ଼ିଶାର ସୋସିଆଲ ମିଡିଆକୁ ବେଶ୍‍ ଚଳଚଞ୍ଚଳ କରି ଦେଇଥିଲା। ବନାରସୀ ଗାମୁଛା ଅନୁରୂପ କନାରେ ନିର୍ମିତ ଏହି ସାର୍ଟ ସାହରୁଖଙ୍କୁ ଦେଶୀ ଲୁକ୍‍ ଦେବା ପାଇଁ ନିର୍ମିତ କରାଯାଇଛି। ସାହରୁଖ ତାଙ୍କ ଅଣ୍ଟାରେ ମଧ୍ୟ ଏକ ଗାମୁଛା ବାନ୍ଧି ଥିବା ସେଟ୍‍ରେ ଦୃଶ୍ୟମାନ ହୋଇଥିଲା।
ଜିରୋର ନିର୍ମାତା ଆନନ୍ଦ ଏଲ. ରାୟ ସିନେମାର କାହାଣୀ ସମ୍ପର୍କରେ ଗଣମାଧ୍ୟମରେ ସାମ୍ୟକ ସୂଚନା ଦେଇଥିଲେ। ସିନେମାର ନାୟକ ସାହାରୁଖ(ବଉଆ ସିଂହ ଚରିତ୍ର)ଙ୍କ ଜୀବନରେ ଏକାଧିକ ସ୍ୱପ୍ନ ଦେଖିଥିଲେ, ଯାହା ସେ ତାଙ୍କ ଜୀବନକାଳରେ ପୂରା କରି ପାରି ନଥିଲେ। ତେଣୁ ଅନ୍ୟମାନଙ୍କ ଜୀବନରେ ବଉଆ ସେହି ସବୁ ସ୍ୱପ୍ନକୁ ପୂରଣ କରିବାକୁ ସହାଯୋଗ କରିବାର ପ୍ରଚେଷ୍ଠାକୁ ନେଇ ସିନେମାର କାହାଣୀ। ଏହି ପ୍ରଚେଷ୍ଠା କରିବାକୁ ଯାଇ ମେରଠ ସହରର ବଉଆ ନ୍ୟୁୟର୍କ ପର୍ଯ୍ୟନ୍ତ ଯାତ୍ରା କରିଥିବା କାହାଣୀ ଦର୍ଶକଙ୍କୁ ବେଶ୍‍ ମୁଗ୍ଧ କରିବ ବୋଲି ନିର୍ଦେଶକ ଆଶାପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories