www.samajalive.in
Sunday, December 14, 2025
26.1 C
Bhubaneswar

ଅନ ଲାଇନ ଟ୍ରେଡିଂ ନାମରେ ୫ କୋଟି ଠକେଇ ; ଦୁଇ ଯୁବକଙ୍କୁ ଗିରଫ କଲା ଇଡି

ସୋର : ବାଲେଶ୍ୱର ଜିଲା, ସୋର ସହର ଉତ୍ତରେଶ୍ୱର ଗାଁର ଦୁଇ ଜଣ ଯୁବକ ଏକ ବ୍ରୋକର ହାଉସ ଖୋଲି ଲୋକମାନଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଆଜି ଅର୍ଥନୈତିକ ଅପରାଧିକ ଶାଖା(ଇଡି) ପକ୍ଷରୁ ଚଢ଼ଉ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ, ଉତ୍ତରେଶ୍ୱର ଗ୍ରାମର ରିପନ କୁମାର ଜେନା ଓ ଅନୁପମ ପ୍ରଧାନ।
ପ୍ରାପ୍ତ ସୂଚନା ମତେ ଜଣାଯାଇଛି ଯେ ଦୁଇ ଅଭିଯୁକ୍ତ ନିଜ ବାସଭବନରେ ବ୍ରୋକର ହାଉସ ଖୋଲିଥିଲେ। ବିଭିନ୍ନ ଲୋକଙ୍କ ସହ ଟ୍ରେଡିଙ୍ଗ କରି, ଅଧିକ ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ନେଇଥିଲେ। ସେମାନେ ପ୍ରାୟ ୩୫ ଜଣଙ୍କ ନିକଟରୁ ଟଙ୍କା ନେଇଥିବା ଜଣାଯାଇଛି। ତେବେ ସେମାନେ ପ୍ରଥମେ ପ୍ରଥମେ ଲୋକଙ୍କୁ କିଛି କିଛି ଟଙ୍କା ଫେରାଇଥିବାବେଳେ ପରେ ଆଉ ଟଙ୍କା ଫେରାଇ ନ ଥିଲେ। ଏଥିରେ ନିରାଶ ହୋଇ ସେମାନଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱରର ଜିତେନ୍ଦ୍ର ଦାସ ଅର୍ଥନୈତିକ ଅପରାଧିକ ଶାଖା(ଇଡି)ରେ ଅଭିଯୋଗ କରିଥିଲେ। ଆଜି ସକାଳେ ଅପରାଧିକ ଶାଖାର ଅଧିକାରୀମାନେ ସୋରରେ ପହଞ୍ଚି ପୁଲିସ ସହାୟତାରେ ରିପନ ଏବଂ ଅନୁପମକୁ ଥାନାକୁ ଉଠାଇ ଆଣିଥିଲେ। ପରେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରିବା ପରେ ଗିରଫ କରି ବାଲେଶ୍ୱରକୁ ନେଇଯାଇଥିବା ଜଣାପଡିଛି। ଏହି ଘଟଣା ପରେ ଏହି ଭଳି ଟ୍ରେଡିଂରେ ସଂପୃକ୍ତ ଆଉ କେତେ ଜଣ ଫେରାର ହୋଇଯାଇଥିବା ଜଣାଯାଇଛି। ଠକ ସଂସ୍ଥାମାନେ ହଜାର ହଜାର କୋଟି କୋଟି ଟଙ୍କା ଠକି ନେଇଥିଲେ ମଧ୍ୟ ଲୋକେ ପୁଣି ଲୋଭର ବଶବର୍ତୀ ହୋଇ ଠକଙ୍କ ମାୟାରେ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories