www.samajalive.in
Thursday, December 11, 2025
18.1 C
Bhubaneswar

ଆସିଆ ବିବିଙ୍କୁ ନ୍ୟାୟ ଦେବା ପାଇଁ ଲଢୁଥିବା ଆଇନଜୀବୀ ଭୟରେ ପାକିସ୍ତାନ ଛାଡିଲେ

ଇସଲାମାବାଦ .- ଇସଲାମ ଧର୍ମ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପାକିସ୍ତାନରେ ୪ଟି ସନ୍ତାନଙ୍କର ମାଆ  ୪୭ ବର୍ଷୀୟ ଆସିଆ ବିବିଙ୍କୁ ୨୦୧୦ ମସିହାରେ ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ । ଆସଆ ବିବି ଖ୍ରୀଷ୍ଟିଆନ । ପାଣିପାତ୍ରକୁ ଛୁଇଁବାକୁ ନେଇ ଏକ ବିବାଦରେ କିଛି ମହିଳା ସେ ଇସଲାମ ଧର୍ମବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ ।  ଏଥିପାଇଁ ପାକିସ୍ତାନରେ ମୃତ୍ୟୁଦଣ୍ଡର ପ୍ରାବାଧାନ ରହିଛି । ମାତ୍ର ଗତ ସପ୍ତାହରେ ପାକିସ୍ତାନ ସୁପ୍ରିମକୋର୍ଟ  ଆସିଆଙ୍କୁ ଦୋଷ ମୁକ୍ତି କରିଛନ୍ତି । ଏହାପରେ ଆସିଆଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ସହ ମହିଳା କମାଣ୍ଡୋ ରହିଛନ୍ତି । ଏବେ ଆସିଆଙ୍କୁ ନ୍ୟାୟ ଦେବା ପାଇଁ ଅଦାଲତରେ ତାଙ୍କ ପାଇଁ ଲଢୁଥିବା ଆଇନଜୀବୀ ସୈଫୁଲ ମୁଲକ  ବି ଭୟରେ ପାକିସ୍ତାନ ଛାଡିଛନ୍ତି । ତାଙ୍କୁ ତାଙ୍କର ପେଶାର କିଛି ଆଇନଜୀବୀ ଜୀବନରେ ମାରି ଦେବାକୁ ଧମକ ଦେଉଥିବ ସେ ଅଭିଯୋଗ କରିଛନ୍ତି ।

ପାକିସ୍ତାନ ସେନା ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଗଲେ ସେ  ପାକିସ୍ତାନକୁ ପୁଣି ଫେରିବେ ବୋଲି ସୂଚନା ଦେଇଛନ୍ତି । ତାଙ୍କ ପରିବାର ଲୋକଙ୍କୁ ବି ଧମକ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି । ଆସିଆଙ୍କୁ ଧୋଷମୁକ୍ତ କରାଯିବା ପରେ ଏହି ରାୟ ବିରୋଧରେ ପାକିସ୍ତାନ ସୁପ୍ରିମକୋର୍ଟରେ ପୁଣି ଏକ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ଏହାକୁ ଶୀଘ୍ର କରିବା ପାଇଁ ଆବେଦନକାରୀ ଅଦାଲତରେ ପ୍ରାର୍ଥନା କରିଛନ୍ତି ।

- Advertisement -

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories