କଲମପୁର: ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି। ଗତ ସପ୍ତାହ ଅପେକ୍ଷା ଚଳିତ ସପ୍ତାହରେ ୨ ଡିଗ୍ରୀରୁ ଅଧିକ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁର ପ୍ରଭାବ। ଉଭୟ ସୂର୍ଯ୍ୟ ତାପ ବୃଦ୍ଧି ଏବଂ ଜଙ୍ଗଲର ନିଆଁର ଧାସ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି। କଲମପୁର ଅଂଚଳରେ ୪୦ ଡିଗ୍ରୀରୁ ଅଧିକ ଗ୍ରୀଷ୍ମ ତାପ ଯୋଗୁଁ ଲୋକେ ତ୍ରାହୀ ତ୍ରାହୀ ଡାକିଲେଣି। ଇନ୍ଦ୍ରାବତୀ ଦିଣ ମୁଖ୍ୟ କେନାଲ ମରାମତି କାର୍ଯ୍ୟ ପାଇଁ ଜଳ ସେଚନ ବନ୍ଦ ରହିଛି। ଯେଉଁଥିପାଇଁ ବହୁ ଗାଁରେ ଜଳ କଷ୍ଟ ଦେଖା ଦେଇଛି। କିଛି ଗାଁରେ ଗଭିର ନଳକୁପ ଖନନ ହେଇଥିବାରୁ କୁଅ ଓ ନଳ କୁଅ ପାଣି ନିମ୍ନଗାମୀ ହେଇ ସାରିଛି। ଯେଉଁଥିପାଇଁ ଲୋକେ ସ୍ନାନ ଶୌଚାଦୀ ପାଇଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହାସହ ଗାଈ, ଗୋରୁ, ଛେଳି ମେଣ୍ଢା ସମେତ ଅନ୍ୟ ଜୀବ ଜନ୍ତୁଙ୍କ ପାଇଁ ପାଣି ଟିକିଏ ପାଇବା ପାଇଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଜଙ୍ଗଲର ଝରଣା ସବୁ ଏବେ ଶୁଖି ସାରିଛି। ବହୁ ସ୍ଥାନରେ ନିଆଁର ଧାସ। ସିଙ୍ଗାରୀ ଓ ଦେବଗିରୀ ଭଳି ସଂରକ୍ଷିତ ଜଙ୍ଗଲରେ ନିଆଁର ପ୍ରକୋପ ରୀତିମତ ଲାଗି ରହିଛି। ବନ ବିଭାଗ ଗୋଟିଏ ସ୍ଥାନରେ ନିଆଁକୁ ଆୟତ କଲା ବେଳକୁ ଅନ୍ୟ ସ୍ଥାନରେ ନିଆଁ ଲାଗିଥିବାରୁ ସୁଚନା ମିଳୁଛି। ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ହିଁ ଜଙ୍ଗଲରେ ନିଆଁ ଲାଗିବାର ପ୍ରମୁଖ କାରଣ ପାଲଟଛି। ମୁଖ୍ୟତଃ ଥୁଆମୁଳ ରାମପୁର ବ୍ଲକ ଅଂଚଳର ଅନେକ ଗାଁ ର ଆଦିବାସୀ, ବନବାସୀ ନିଜ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ ପୋଡି ଚାଷ କରୁଥିବାରୁ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି। ଏହି ଜଙ୍ଗଲରେ ଥିବା ସବୁଜିମା ନଷ୍ଟ ହେଉଛି। ପୋଡି ନଷ୍ଟ ହେଉଛି ଶାଳ ପିଅ।।ଳ ଭଳି ମୂଲ୍ୟବାନ ଗଛ ସମେତ ଅନେକ ଉପକାରୀ ତଥା ଔଷଧିୟ ବୃକ୍ଷ। ଅନେକ ଗଛର ଚାରା ଓ ମଞ୍ଜି ପୋଡିଯାଉଥିବାରୁ ଭବିଷ୍ୟତ ଜଙ୍ଗଲ ସୃଷ୍ଟି ବାଇଁ ବାଧକ ସାଜିଛି। ଜଙ୍ଗଲରେ ଥିବା କୁଟୁରା, ବାରହା ଆଦି ସମେତ ଅନ୍ୟ କିଛି ଉପକାରୀ ଜଙ୍ଗଲି ଜନ୍ତୁଙ୍କ ସମେତ ମୟୁର ଭଳି ପକ୍ଷୀ ପ୍ରଭାବିତ ହେଉଛି। ଜଙ୍ଗଲରେ ପାଣି ଓ ଖାଦ୍ୟର ୍ଭାବ ଯୋଗୁଁ ଜନ ବସତି ମୂହାଁ ହେଇ ଲୋକଙ୍କ ଶିକାର ପାଲଟୁଛି ଜଙ୍ଗଲି ଜନ୍ତୁ। ଯେଉଁଥିପାଇଁ ଆଗାମୀ ଦିନରେ ଏସମସ୍ତ ଜଙ୍ଗଲି ଜନ୍ତୁ ନିଶ୍ଚିହ୍ନ ହେଇଯିବାର ଆଶଙ୍କା କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନତା ର ଅଭାବ ଯୋଗୁଁ ଜାଳେଣୀ ସଂଗ୍ରହକାରୀଙ୍କ ବିଡି ନିଆଁ ଏବଂ ମହୁଲ ଗୋଟାଳିଙ୍କ ଦ୍ୱାରା ପତ୍ର ପୋଡିବା ପାଇଁ ଜଙ୍ଗଲ ରେ ନିଆଁ ଲାଗି ବାୟୁ ମଣ୍ଡଳ ପ୍ରଦୁଶିତ ହେଉଛି। ଜଙ୍ଗଲରେ ନିଆଁ ଲାଗିବା ବନ ବିଭାଗ ପ୍ରତି ଚିନ୍ତା ଜନକ ପାଲଟିଛି। ଖୋଦ ଥୁଆମୁଳ ରାମପୁର ବନାଂଚଳ ଅଧିକାରୀ ଜୟଦେବ ମାଝୀ ଏବଂ କଲମପୁର ବନପାଲ ସୀମାରାଣୀ ଧଙ୍ଗଡା ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନରକ୍ଷୀ ସୁରେନ୍ଦ୍ର ଶବର, ଜନ୍ମେଜୟ ମାଝୀ, ନିଆଁ ଲିଭାଳି କୌଶିକ କଟ୍ଟା, ହରି ମାଝୀ ପ୍ରମୁଖ ଉଭୟ ଦେବଗିରୀ ଏବଂ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କରିବାରେ ସଫଳ ହେଇଛନ୍ତି।
Popular Categories



