www.samajalive.in
Sunday, December 14, 2025
26.1 C
Bhubaneswar

କହିଲେ ଏହା ପଞ୍ଜାବ, ଭାରତ ନୁହେଁ- ସ୍ୱର୍ଣ୍ଣ ମନ୍ଦିରରେ ଯୁବତୀଙ୍କ ମୁହଁରେ ତ୍ରିରଙ୍ଗା ଯୋଗୁଁ ରୋକିଲେ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତି

ଅମୃତସର- ସ୍ୱର୍ଣ୍ଣ ମନ୍ଦିରରେ ଜଣେ ଯୁବତୀଙ୍କ ମୁହଁରେ ତ୍ରିରଙ୍ଗା ଚିହ୍ନ ଥିବାରୁ ସୁରକ୍ଷା ଦାଯିତ୍ୱରେ ଥିବା ବ୍ୟକ୍ତି ତାଙ୍କୁ ରୋକିବା ର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ।

ସେ ଯୁବତୀଙ୍କୁ ରୋକିବା ସହ ଏହା ପଞ୍ଜାବ , ଭାରତ ନୁହେଁ ବୋଲି କହୁଥିବା ଶୁଣିବା ପାଇଁ ମିଳୁଛି । ଏହି ଘଟଣା ପରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟର ସମ୍ପାଦକ ସଫେଇ ଦେଇଛନ୍ତି । କେହି ଖରାପ ବ୍ୟବହାର କରିଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି । ଏହା ସହ ତ୍ରିରଙ୍ଗାରେ ଅଶୋକ ଚକ୍ର ନଥିବାରୁ ଏହା ଭାରତୀୟ ଜାତୀୟ ପତାକା ନୁହେଁ କୌଣସି ରାଜନୈତିକ ଦଳର ପତାକା ହୋଇପାରେ ବୋଲି କହିଛନ୍ତି। ଏହା ଏକ ଧାର୍ମିକ ସ୍ଥଳ, ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ । କେହି ଯଦି ଖରାପ ବ୍ୟବହାର କରିଥାଏ ତେବେ ଆମେ କ୍ଷମା ମାଗୁଛୁ ବୋଲି ସେ କହିଛନ୍ତି ।

- Advertisement -

ତେବେ ଏହା ଭାରତ ନୁହେଁ, ପଞ୍ଜାବକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦେଶର ବିଭିନ୍ନ ରାଜ୍ୟରେ ଏବେ ଏହା ସେହି ରାଜ୍ୟ ବୋଲି କୁହାଯାଉଥିବାରୁ ସାରା ଦେଶରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭିଡିଓରେ ଯୁବତୀଙ୍କ ସହ ସେହି ବ୍ୟକ୍ତିଙ୍କର ଯୁକ୍ତି ତର୍କ ହେଉଥିବା ଦେଖିବା ପାଇଁ ମିଳୁଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories