www.samajalive.in
Monday, December 8, 2025
27.1 C
Bhubaneswar

ବିଭିନ୍ନ ସମସ୍ୟା ଓ ଚିନ୍ତାରୁ ମୁକ୍ତି ପାଇବାର ଉପାୟ

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକେ ବହୁ ସମସ୍ୟା ସହ ଜଡ଼ିତ ହୋଇ ରହିଛନ୍ତି। କେଉଁ ପରିବାରରେ କଳହ ହେଇଛି ଅଥବା କେଉଁ ପରିବାରରେ ଅର୍ଥର ସମସ୍ୟା ଦେଖାଦେଉଛି। କେତେକ ପରିବାରରେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‍ ରହୁନି। ଏଭଳି ବିଭିନ୍ନ କାରଣ ହେତୁ ବହୁ ଲୋକେ ସର୍ବଦା ବ୍ୟସ୍ତତା ଓ ଚିନ୍ତା ମଧ୍ୟରେ ସମୟ ଅତିବାହିତ କରୁଛନ୍ତି। ମାତ୍ର ଶାସ୍ତ୍ର ଅନୁଯାୟୀ କିଛି ସହଜ ଉପାୟ ଦ୍ୱାରା ଏହିଭଳି ସମସ୍ୟାରୁ ମୁକ୍ତି ମିଳିପାରିବ….
ମହିଳାମାନେ ନିୟମିତ ଶନିବାର ଦିନ ମଲ୍ଲୀଫୁଲର ତେଲରେ ଦୀପ ପ୍ରଭୁ ହନୁମାନଙ୍କ ନିକଟରେ ଜଳାଇ ବ୍ରାହ୍ମଣଙ୍କ ଦ୍ୱାରା ସୁନ୍ଦରାକାଣ୍ଡର ପାଠ କରାଇଲେ, ଗୃହରେ ସୁଖଶାନ୍ତି ତଥା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
ସପ୍ତାହକୁ ଥରେ ସୁନ୍ଦରାକାଣ୍ଡର ପାଠ କରାଇଲେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ।
ଗୃହରେ ଆର୍ଥିକ ସମସ୍ୟା ପାଇଁ କଳହ ଲାଗି ରହୁଥିଲେ ଏକ ଚାନ୍ଦିର ପାତ୍ରରେ ଅରୁଆ ଚାଉଳ ପୂର୍ଣ୍ଣ କରି ସେଥିରେ ଦକ୍ଷିଣମୁଖୀ ଶଙ୍ଖ, ୫ଟି କଉଡ଼ିକୁ ରଖି ଗୃହରେ ଭଗବାନଙ୍କ ନିକଟରେ ରଖିଲେ, ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଶୁକ୍ଳପକ୍ଷର ପ୍ରଥମ ଶୁକ୍ରବାର କିମ୍ବା ଦିପାବଳୀ ଦିନ କରିପାରିବେ।
ପରିବାର ମଧ୍ୟରେ ସୁଖଶାନ୍ତି ଓ ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଶନିବାର ଦିନ ଏକ ନଡ଼ିଆକୁ କଳା କପଡ଼ାରେ ଗୁଡ଼ାନ୍ତୁ। ସେଥିରେ କଳାରେ ୨୧ଟି ବିନ୍ଦୁ କରି ଘରର ସମ୍ମୁଖରେ ଟାଙ୍ଗି ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ସମସ୍ୟାର ଦୂରୀକରଣ ହୋଇଯାଏ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories