ନୂଆଦିଲ୍ଲୀ : ଦେଶରେ ଦୀଘ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟାରେ ଆଉ ୧୦ ହଜାର ୧୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଏହି ନୂଆ ମାମଲା ରେକର୍ଡ କରିଛି। ଏହାସହ କରୋନା ସଂକ୍ରମଣର ଦୈନିକ ହାର ୪.୪୨ ପ୍ରତିଶତ ଓ ସାପ୍ତାହିକ ହାର ୪.୦୨ ପ୍ରତିଶତ ହୋଇଛି। ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୦.୧୦ ପ୍ରତିଶତ ହୋଇଛି। ଆରୋଗ୍ୟ ହାର ୯୮.୭୧ ପ୍ରତିଶତ ରହିଛି।
ଭାରତରେ ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୩୧,୦୩୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୪,୪୨,୧୦,୧୨୭ ଲୋକ ସଂକ୍ରମଣମୁକ୍ତ ହୋଇଥିବାବେଳେ କରୋନାର ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଭାରତରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ୟ୍ୟନ୍ତ ୨୨୦,୬୬,୨୪,୬୫୩ ପାନ କରୋନା ଟିକା ଦିଆଯାଉଛି।
ଦେଶରେ କରୋନା : ୧୦ ହଜାର ଟପିଲା ଦୈନିକ ସଂକ୍ରମଣ
Popular Categories



