www.samajalive.in
Saturday, December 13, 2025
14.1 C
Bhubaneswar

ବାଘ ଖପୁରୀ ଓ ହାଡ଼ ଜବତ ଘଟଣା; ୨ ଆନ୍ତଃଜିଲା ବ୍ୟବସାୟୀ ଓ ଅଟୋ ଚାଳକ ସହ ୪ କୋର୍ଟ ଚାଲାଣ

ହରଭଙ୍ଗା: ବୌଦ୍ଧ ଜିଲା ମାଧପୁର ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ବଡଖଜୁରୀ ଅଞ୍ଚଳରୁ ସୋମବାର ବୌଦ୍ଧ ବନ ବିଭାଗ ଏବଂ ନୟାଗଡ଼ ବନ୍ୟପ୍ରାଣୀ ବିଭାଗ ମିଳିତ ଚଢଉ କରି ବିଶ୍ୱାମିତ୍ର କହଁରଙ୍କଠାରୁ ଏକ ଦେଶୀ ବନ୍ଧୁକ ସହିତ ବାଘ ଖପୁରୀ, ହାଡ ଓ ଲୋମ ଆଦି ଜବତ କରିଥିଲେ। ଏହି ଘଟଣାରେ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଅଧିନସ୍ଥ କୁଆଁରୀଆ ରେଞ୍ଜ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ବିଶ୍ୱାମିତ୍ର କହଁରଙ୍କ ସମେତ ଦୁଇ ଜଣ ଆନ୍ତଃଜିଲା ବ୍ୟବସାୟୀ ଏବଂ ଦଶପଲ୍ଲା ଅଞ୍ଚଳର ଜଣେ ଅଟୋ ଚାଳକ ରହିଥିବା ସୂଚନା ମିଳିଛି।

ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୦୯ ତାରିଖ ରାତିରେ ଦଶପଲ୍ଲା ଟାଉନ ଅଞ୍ଚଳରେ ଗୋଟିଏ ହରିଣ ଚମଡା, ବଜ୍ରକାପ୍ତା କାତି ଏବଂ କଲରାପତରିଆ ବାଘ ପାଦ ବିକ୍ରୀ ପାଇଁ ଡିଲ୍ ଚାଲିଥିଲା। ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଚଢଉ କରି ଦୁଇଜଣ ଆନ୍ତଃଜିଲ୍ଲା ବ୍ୟବସାୟୀ ଗଞ୍ଜାମ ଜିଲ୍ଲା ତାରସିଂ ଅଞ୍ଚଳର କରୁଣାକର ନାୟକ(୩୭) ଏବଂ ବାଦଲ ପ୍ରଧାନ(୨୨)କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ବୌଦ୍ଧଜିଲା ତଳଗାଁ ପଂଚାୟତର ବଡଖଜୁରୀ ଗ୍ରାମର ବିଶ୍ୱାମିତ୍ର କହଁର ପାଖରୁ ବାଘ ପାଦ କିଣିଥିବା ଜଣାପଡ଼ିଥିଲା। ପରେ ବୌଦ୍ଧ ବନବିଭାଗ ଏବଂ ମହାନଦୀ ବନ୍ୟପ୍ରାଣୀ ବିଭାଗ ବଡଖଜୁରୀ ଗ୍ରାମର ବିଶ୍ୱାମିତ୍ର କହଁରଙ୍କ ଘରେ ଚଢଉ କରିଥିଲା। ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରିବା ପରେ ଘଟଣା ବିଷୟରେ ପଚରାଉଚରା ପରେ ବିଶ୍ୱାମିତ୍ର ବାଘ ଶିକାର କରି ପୋତିଥିବା ମାନିଥିଲା। ପୋତିଥିବା ସ୍ଥାନରୁ ଟିମ୍ ବାଘ ଖପୁରୀ, ହାଡ ଓ ଲୋମ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦଶପଲ୍ଲା ଅଞ୍ଚଳର ଅଟୋ ଚାଳକ ନିରାକର ନାଏକଙ୍କୁ ମଧ୍ୟ ବନ୍ୟପ୍ରାଣୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନୀ ଶେଖର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories