www.samajalive.in
Thursday, December 11, 2025
13.1 C
Bhubaneswar

ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଓ ଆଇନ କାର୍ଯ୍ୟକାରିତା ଜିଲାସ୍ତରୀୟ ଆଲୋଚନାଚକ୍ର

କେନ୍ଦୁଝରଗଡ଼: ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତି ପକ୍ଷରୁ ପ୍ରାଣୀ ସମ୍ପଦ ବିଭାଗ ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଓ ଆଇନ ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଦରବାର ହଲଠାରେ ମଙ୍ଗଳବାର ଏକ ଜିଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜୀବଜନ୍ତୁ କଲ୍ୟାଣ ପରିଷଦ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୨୩ ଏପ୍ରିଲ ମାସକୁ ଜୀବଜନ୍ତୁ ନିଷ୍ଠୁରତା ନିବାରଣ ମାସ ଭାବେ ପାଳନ ଅବସରରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତଥା ସମିତିର ସମ୍ପାଦକ ଅକ୍ଷୟ କୁମାର ଘଡେଇ ପ୍ରାରମ୍ଭିକ ସୂଚନା ପ୍ରଦାନ ଅବସରରେ ଏହା କହିଛନ୍ତି। ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତି ଅଧ୍ୟକ୍ଷ ତଥା ଜିଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମିତିର ଉପାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଚତୁର୍ଭୁଜ ହୋତା ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ଯଦୁମଣୀ ମହଲା, ଡିଏପଓ ଧନରାଜ ଏଚ.ଡି. କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧିକାରୀ ଡା. ମଧୁସ୍ମିତା ସାମନ୍ତରାୟ, ଏନଆଇସି ଅଧିକାରୀ ଅଜୟ କୁମାର ମହାପାତ୍ର, ଡିଏସପି ଅମ୍ବିତ୍‌‌ ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଅଶୋକ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଜୀବଜନ୍ତୁ ନିଷ୍ଠୁରତା ନିବାରଣ ଓ ଏମାନଙ୍କ ସୁରକ୍ଷା ଦିଗରେ ସୁସ୍ଥ ମାନସିକତା ଲୋଡା ବୋଲି ମତବ୍ୟକ୍ତ କରିଥିଲେ।

ଜୀବଜନ୍ତୁଙ୍କ ପ୍ରତି ହେଉଥିବା ନିଷ୍ଠୁରତା ଆଚରଣ ଯୋଗୁଁ ଦୋଷୀ ସାବ୍ୟସ୍ତ ହେଲେ ଦୋଷୀ ପ୍ରତି ଦଣ୍ଡବିଧାନ ଓ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଅତିଥିଗଣ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର, ସମାଜସେବୀ ଭକ୍ତବତ୍ସଳ ମହାନ୍ତି ଏହି ଆଲୋଚନାଚକ୍ରରେ ଯୋଗଦେଇ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନିୟମକୁ ସଠିକ୍‌‌ ଭାବେ କାର୍ଯ୍ୟକାରୀ କରାଗଲେ ଜୀବଜନ୍ତୁଙ୍କ ପ୍ରତି ସର୍ବସାଧାରଣରେ ହେଉଥିବା ନିଷ୍ଠୁରତାକୁ କେତେକାଂଶରେ ରୋକାଯାଇ ପାରନ୍ତା ବୋଲି ମତବ୍ୟକ୍ତ କରିଥିଲେ। ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନ କଲେ ଏମାନଙ୍କ ସୁରକ୍ଷା ପାଇଁ ଥିବା ଅଧିନୟମ ଓ ଆଇନ ସମ୍ପର୍କରେ ସାହାରପଡ଼ା ଭି.ଏସ୍‌‌. ଡାକ୍ତର ଅନଙ୍ଗ କୁମାର ଦାସ ପାୱାରପଏଣ୍ଟ ପ୍ରେଜେଣ୍ଟେସେନ ମାଧ୍ୟମରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ଦିଗ୍‌‌ବିଜୟ ମହାନ୍ତି, ପଣ୍ଡାପଡ଼ା ଭି.ଏସ୍‌‌.ଡାକ୍ତର ତ୍ରିନାଥ ମହାନ୍ତ, ବିଭିଓ ବାଂଶପାଳ ଡାକ୍ତର ଆଶିଷ କୁମାର ଦାସ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭିନ୍ନ ବ୍ଲକସ୍ତରରୁ ଯୋଗଦେଇଥିବା ଜିଲାପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଏହି ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ଶେଷରେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରସନ୍ନ କୁମାର ମଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories