www.samajalive.in
Thursday, December 11, 2025
13.1 C
Bhubaneswar

ଅତିରିକ୍ତ କମିଶନର ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ଦାବିକଲା ଓକିଲ ସଂଘ

କେନ୍ଦୁଝରଗଡ଼: ଜମିଜମା ସଂକ୍ରାନ୍ତ ବିଭିନ୍ନ ମାମଲାର ଚୂଡାନ୍ତ ଫଇସଲା ପାଇଁ କେନ୍ଦୁଝର ସମେତ ରାଜ୍ୟର ୧୧ଟି ଜିଲାରେ ଅତିରିକ୍ତ କମିଶନର ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୩ ସେପ୍ଟେମ୍ବର ୨୦୨୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେତେକ ଜିଲାରେ ଏହି କୋର୍ଟ କାର୍ଯ୍ୟକ୍ଷମ କରିଥିବା ବେଳେ କେନ୍ଦୁଝର ଜିଲାରେ ଆଜି ପର୍ଯ୍ୟନ୍ତ ଖୋଲି ପାରିଲା ନାହିଁ। ଫଳରେ ଜିଲାର ହାଟଡିହି, ଆନନ୍ଦପୁର, ଘସିପୁରା, ପାଟଣା, ହରିଚନ୍ଦନପୁର, ଘଟଗାଁ, ଯୋଡା, ବଡବିଲ ଓ ଚମ୍ପୁଆ ଆଦି ଅଞ୍ଚଳବାସୀ ୩୫୦ କି.ମି. ଦୂର ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନରେ କାର୍ଯ୍ୟକ୍ଷମ ଅତିରିକ୍ତ କମିଶନର ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟକୁ ଅଧିକ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଥିବାରୁ ମହକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏଭଳି ସ୍ଥିତିରେ ଜିଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ କୋର୍ଟ କେନ୍ଦୁଝରଠାରେ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ଜିଲା ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଉପରୋକ୍ତ ମର୍ମରେ ଜିଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ ଓ ସମ୍ପାଦକ ସଞ୍ଜୀତ ଦାସଙ୍କ ନେତୃତ୍ୱରେ ବହୁ ଆଇନଜୀବୀ ମଙ୍ଗଳବାର ଅତିରିକ୍ତ ଜିଲାପାଳ ଯଦୁମଣି ମହଲାଙ୍କୁ ଭେଟି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସହ ବିଭାଗୀୟ ସଚିବଙ୍କୁ ମଧ୍ୟ ଏହାର ନକଲ ପ୍ରଦାନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories