www.samajalive.in
Monday, December 8, 2025
14.1 C
Bhubaneswar

ପଦ୍ମଶ୍ରୀ କ୍ରିଷ୍ଣା ପଟେଲଙ୍କ ଭବ୍ୟ ସମ୍ବର୍ଦ୍ଧନା 

ସମ୍ବଲପୁର  : ସମ୍ବଲପୁରୀ ଭାଷା ଲୋକଗୀତ ରଙ୍ଗବତୀର ପ୍ରସିଦ୍ଧ କଣ୍ଠଶିଳ୍ପୀ ଡ. କ୍ରିଷ୍ଣା ପଟେଲଙ୍କୁ ଭାରତ ସରକାରଙ୍କ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିବା ପରେ ପଶ୍ଚିମ ଓଡିଶାରେ ଲୋକ ସଙ୍ଗୀତ, ଲୋକ ସଂସ୍କୃତିର ଆହୁରୀ ଅଭିବୃଦ୍ଧି ଘଟିଛି। ଲୋକ ସଂସ୍କୃତିର ବହୁବିଧ ଦିଗ ଉପରେ ଅଧିକ ଗବେଷଣା ଓ ଚର୍ଚ୍ଚାର ଆବଶ୍ୟକତା ରହିଛି। ଡ. ପଟେଲଙ୍କ ସମ୍ମାନାର୍ଥେ ରାଜ୍ୟ ସରକାରଙ୍କ ତାକୁ ଲୋକ ସଂସ୍କୃତିର ରାଷ୍ଟ୍ରଦୂତ ରୂପେ ମନୋନୀତ କରିବା ପାଇଁ ନାଗରିକ ସମ୍ବର୍ଦ୍ଧନାରେ ଏକ ପ୍ରସ୍ତାବ ଗୃହୀତ କରାଯାଇଛି। ରବିବାର ସନ୍ଧ୍ୟାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଡ. କ୍ରିଷ୍ଣା ପଟେଲଙ୍କୁ ଜୁହାର ପରିବାର ସମ୍ବଲପୁର ପକ୍ଷରୁ ଦିଆଯାଇଥିବା ଭବ୍ୟ ନାଗରିକ ସମ୍ବର୍ଦ୍ଧନାରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ପୌରହିତ୍ୟ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡ. ପଟେଲଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଫ ମ୍ୟୁଜିକ ରୂପେ ସମ୍ମାନଜନକ ନିଯୁକ୍ତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହି ଅବସରରେ ଡ. ପଟେଲଙ୍କୁ ଓଡିଶା ସାଂସ୍କୃତିକ ସମାଜ, ସମ୍ବଲପୁର ନାଟ୍ୟକଳା ପରିଷଦ, ସମ୍ବଲପୁର ରୋଟାରୀ କ୍ଲବ ଗ୍ରେଟର, ସେତୁ, ରୋଟାରୀ ଇନର ହ୍ୱିଲ କ୍ଲବ, ସଣ୍ଡେ ଗ୍ରୁପ, ସମ୍ବଳ, ନଟରାଜ ସାଂସ୍କୃତିକ ସଙ୍ଗଠନ, ଅମୃତ ମହୋତ୍ସବ କମିଟି, ହରି ଫାଉଣ୍ଡେସନ, ହୀରାଖଣ୍ଡ ନାଗରିକ ପରିଷଦ, ପଶ୍ଚିମ ଓଡିଶା ପିପୁଲ୍ସ ଫୋରମ, ରେଡିଓ ହୀରାଖଣ୍ଡ, ପତଞ୍ଜଳି ଯୋଗ ସମିତି, ହଁସମା ହଁସାମା ସଙ୍ଗଠନ, ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଙ୍ଗଠନ, ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ, ଜୁହାର ପରିବାର, ଚେତନା ନାଟ୍ୟ ଅନୁଷ୍ଠାନ, ପଶ୍ଚିମ ଓଡିଶା ଲୋକ ସଂସ୍କୃତି ଗବେଷଣା ପରିଷଦ ସମେତ ପ୍ରାୟ ୫୦ଟି ସଙ୍ଗଠନ ପକ୍ଷରୁ ଏହି ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ସମ୍ବର୍ଦ୍ଧନାର ଉତ୍ତରେ ପଦ୍ମଶ୍ରୀ ଡ. କ୍ରିଷ୍ଣା ପଟେଲ ତାଙ୍କର ପଦ୍ମଶ୍ରୀ ସମ୍ମାନକୁ ପଶ୍ଚିମ ଓଡିଶାବାସୀ ଓ ଲୋକ ସଂସ୍କୃତି ପ୍ରତି ଉର୍ତ୍ସଗ କରିଥିଲେ। କେନ୍ଦ୍ର ସରକାର ସମ୍ବଲପୁରୀ ଲୋକ ସଂସ୍କୃତିକୁ ସ୍ୱିକୃତି ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହିତ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂସ୍କୃତିର ସେବାରେ ସର୍ମପିତ ରହିବେ ବୋଲି କହିଥିଲେ। ସମ୍ବର୍ଦ୍ଧନା ସଭାର ପ୍ରାରମ୍ଭରେ ଜେ. ଗିରିଜା ଦେବୀ ମନ୍ତ୍ରପାଠ କରିଥିଲେ। ସମ୍ବର୍ଦ୍ଧନା ସଭାକୁ ଡ. ସତ୍ୟ ନାରାୟଣ ଠାକୁର ପରିଚାଳନା କରିଥିବା ବେଳେ ପ୍ରାରମ୍ଭରେ ଆଇନଜୀବୀ ଜଗଦୀଶ ପ୍ରସାଦ ନନ୍ଦଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସୁଦୀପ୍ତ ପଣ୍ଡା, ଲଳିତ ମୋହନ ବେବର୍ତ୍ତା, ଜାମିନୀ ଠାକୁର ପ୍ରମୁଖ ସକ୍ରିୟ ସହାୟତା କରିଥିବା ବେଳେ କଣ୍ଠଶିଳ୍ପୀ ବିଭୁତି ପଟ୍ଟନାୟକ, ମୋତିଲାଲ ଦୋରା, ଭକ୍ତ ପ୍ରସାଦ ନନ୍ଦ, ପ୍ରଫୁଲ୍ଲ ହୋତା, ଅପର୍ଣ୍ଣା ପାଢ଼ୀ, ବିଶ୍ୱରଞ୍ଜନ ପୁଜାରୀ, ତୁଲାରାମ କଲେତ, ଡ. ପ୍ରଦୋଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories