www.samajalive.in
Wednesday, December 10, 2025
16.1 C
Bhubaneswar

ଆଇପିଏଲ: ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଛି। ପ୍ରଥମେ ବ୍ୟାଟିଂ କରି ଦଳ ୨୦୩ ରନ୍‌ ସଂଗ୍ରହ କରିଥିଲା। ୨୦୪ ରନର ପିଛା କରି ହାଇଦ୍ରାବାଦ୍‌ ରୟାଲ୍ସ ଟିମ୍‌ ୮ ୱିକେଟ୍‌ ବିନିମୟରେ ୧୩୧ ରନ୍‌ ସଂଗ୍ରହ କରିପାରିଥିଲା ଏବଂ ଏହି ମ୍ୟାଚରେ ହାଇଦ୍ରାବାଦ ରୟାଲ୍ସ ୭୨ ରନ୍‌ରେ ପରାସ୍ତ ହୋଇଥିଲା।

ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ମ୍ୟାଚରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ରୟାଲ୍ସ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ରାଜସ୍ଥାନ ଟିମ୍‌ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସ୍ବାଲ, ଜୋସ୍‌ ବଟଲର ଓ ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ରାଜସ୍ଥାନ ରୟାଲ୍ସ ଟିମ ୫ ୱିକେଟ୍‌ ହରାଇ ୨୦୩ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲା। ଫଳରେ ହାଇଦ୍ରାବାଦ୍‌ ରୟାଲ୍ସ ଟିମ୍‌କୁ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

- Advertisement -

ଯଶସ୍ବୀ ୩୭ଟି ବଲ୍‌ ଖେଳି ୯ଟି‌ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୫୪ ରନ୍‌ କରିଥିଲେ। ବଟଲର ୨୨ଟି ବଲ୍‌ ଖେଳି ୭ଟି‌ ଚୌକା ଓ ୩ଟି ଛକା ବଳରେ ୫୪ ରନ୍‌ ଯୋଡ଼ିଥିଲେ। ଅଧିନାୟକ ସଂଜୁ ସାମସନଙ୍କ ବ୍ୟାଟରୁ ୫୫ ରନ୍‌ ସ୍କୋର କରିଥିଲେ।

ହାଇଦ୍ରାବାଦ୍‌ ରୟାଲ୍ସ ପକ୍ଷରୁ ଓପେନିଂ କରିଥିବା ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ କୌଣସି ରନ ସ୍କୋର ନ କରି ଆଉଟ ହୋଇଯାଇଥିଲେ। ତେବେ ହାଇଦ୍ରାବାଦ୍‌ ରୟାଲ୍ସ ପାଇଁ ଆଦିଲ ରସିଦ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୨ ରନ୍‌ (ଅପରାଜିତ) କରିଥିଲେ। ମୟଙ୍କ ଅଗ୍ରୱାଲ ୨୭, ଅବଦୁଲ ସାମନ୍ଦ ୧୬, ହେରି ବୁକ୍‌ ୧୩, ଗ୍ଲେନ ଫିଲିପ୍‌ସ ୮, ଭୁବନେଶ୍ବର କୁମାର ୬, ଉମ୍ରାନ ମଲ୍ଲିକ ୧୯ ରନ୍‌ କରିଥିଲେ।

ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍‌ ଖର୍ଚ୍ଚ କରି ୪ଟି ୱିକେଟ୍‌ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍‌ ନେଇଥିଲା ବେଳେ ଜସନ ହୋଲଡର ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories