www.samajalive.in
Wednesday, December 10, 2025
26.1 C
Bhubaneswar

ଭୀମକୋରେଗାଓଁ ମାମଲା: ନଭେମ୍ବର ୨୧ ପର୍ଯ୍ୟନ୍ତ ଗିରଫ ହେବେନି ୩ ସାମାଜିକ କର୍ମୀ

ମୁମ୍ବଇ : ଭୀମ କୋରୋଗାଓଁ ହିଂସା ସହ ସମ୍ପୃକ୍ତି ତଥା ମାଓବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗରେ ରୁଜୁ ମାମଲାରେ ସାମାଜିକ କର୍ମୀ ନବଲଖା, ପ୍ରାଧ୍ୟାପକ ଆନନ୍ଦ ତେଲତୁମ୍ବଦେ ଏବଂ ସତନ ସ୍ୱାମୀଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟ ନଭେମ୍ବର ୨୧ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ ତିନି ଜଣଙ୍କୁ ପୁଲିସ ଗିରଫ କରିପାରିବ ନାହିଁ। ସେମାନଙ୍କ ବିରୋଧରେ ଥିବା ଏଫ୍‍ଆଇଆର୍‍ ରଦ୍ଦ ଲାଗି ଏହି ତିନି ଜଣ ବ୍ୟକ୍ତି କରିଥିବା ଆବେଦନ ଉପରେ ଶୁଣାଣି କରି ଡିଭିଜନ ବେଞ୍ଚ ବିଚାରପତି ରଞ୍ଜିତ ମୋରେ ଏବଂ ଭାରତୀ ଦାଙ୍ଗରେ ମାମଲାର ଶୁଣାଣିକୁ ୨୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲା ସମ୍ପର୍କୀତ ଅନ୍ୟ କେତେକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଶୁଣାଣି ଘୁଞ୍ଚାଯାଇଥିବା କୁହାଯାଇଛି। ଅଭିଯୁକ୍ତ ସାମାଜିକ କର୍ମୀମାନଙ୍କ ବିରୋଧରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ନ କରିବା ଲାଗି ସୁପ୍ରିମକୋର୍ଟ ଗତ ମାସରେ ନିର୍ଦେଶ ଦେଇଥିଲେ। ଫଳରେ ନବଲଖାଙ୍କୁ ଗୃହବନ୍ଦୀ କରାଯାଇଥିଲା ଏବଂ ତେଲତୁମ୍ବଦେ ଓ ସ୍ୱାମୀଙ୍କୁ ଗିରଫ କରାଯାଇ ନ ଥିଲା। ଜାନୁଆରୀ ୧ରେ ପୁଣେର ଭୀମ କୋରୋଗାଓଁଠାରେ ଘଟିଥିବା ହିଂସା ପରେ ମାଓବାଦୀଙ୍କ ସହିତ ସମ୍ପର୍କ ରଖିôଥିବା ଅଭିଯୋଗରେ ନବଲଖାଙ୍କ ସମେତ ସାମାଜିକ କର୍ମୀ ଭରାଭର ରାଓ, ଅରୁଣ ଫରୈରା, ବେର୍ଣ୍ଣନ ଗୋନସାଲଭେସ୍‍ ଏବଂ ସୁଧା ଭରଦ୍ୱାଜଙ୍କୁ ଅଗଷ୍ଟ ୧୮ରେ ଗିରଫ କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories