www.samajalive.in
Wednesday, December 10, 2025
26.1 C
Bhubaneswar

ସିବିଆଇ ସଙ୍କଟ: ଆସ୍ଥାନଙ୍କ ଆବେଦନକୁ ସିବିଆଇର ବିରୋଧ

ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ନିଜ ବିରୋଧରେ ରୁଜୁ ଏଫ୍‍ଆଇଆର୍‍ ରଦ୍ଦ ଲାଗି ସିବିଆଇ ସ୍ୱତନ୍ତ୍ର ନିର୍ଦେଶ ରାକେଶ ଆସ୍ଥାନା ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନକୁ ସିବିଆଇ ଗୁରୁବାର ବିରୋଧ କରିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆସ୍ଥାନାଙ୍କ ବିରୋଧରେ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ଏହି ମାମଲାରେ ଅନ୍ୟମାନଙ୍କ ଭୂମିକା ମଧ୍ୟ ତଦନ୍ତାଧୀନ ରହିଛି। କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି) ଅଧୀନରେ ଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେଉଥିବା ସଂସ୍ଥା ଯୁକ୍ତି ବାଢିଛି। ବର୍ତ୍ତମାନ ସ୍ଥିତିରେ ରୋଭିଂ ବା ବୁଲାଇବଙ୍କାଇ ତଦନ୍ତ କରିବା ଅନୁମତି ଯୋଗ୍ୟ ନୁହେଁ ବୋଲି ସଂସ୍ଥା ଦର୍ଶାଯାଇଛି। ଆସ୍ଥାନା ତାଙ୍କ ଆବେଦନରେ କରିଥିବା ସମସ୍ତ ପାଲଟା ଅଭିଯୋଗକୁ ମଧ୍ୟ ସିବିଆଇ ଅସ୍ୱୀକାର କରିଛି। ଉଲ୍ଲେଖ ଯେ ହାଇଦରାବାଦର ବ୍ୟବସାୟୀ ସତୀଶ ସାନାଙ୍କ ବୟାନକୁ ଭିତ୍ତିକରି ଆସ୍ଥାନା ଏବଂ ସିବିଆଇ ଡିଏସ୍‍ପି ଦେବେନ୍ଦ୍ର କୁମାରଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ସିବିଆଇ ଏକ ଏଫ୍‍ଆଇଆର୍‍ ରୁଜୁ କରିଛି। ଏହି ଏଫ୍‍ଆଇଆର୍‍କୁ ରଦ୍ଦ କରିବା ନିମିତ୍ତ ଉଭୟ ଅଧିକାରୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଦେବେନ୍ଦ୍ରଙ୍କୁ ବୁଧବାର ଜାମିନ ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories