www.samajalive.in
Sunday, December 14, 2025
26.1 C
Bhubaneswar

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର୍‌ର ଭବ୍ୟ ଶୁଭାରମ୍ଭ

ମୁମ୍ବାଇ: ଦେଶବିଦେଶର କଳାକାର, ଧର୍ମ ଗୁରୁ, କ୍ରୀଡ଼ା ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରର ଭବ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ଓ ନିର୍ଦେଶିକା ଝିଅ ଇଶା ଅମ୍ବାନି ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ନୀତା ଅମ୍ବାନି କହିଛନ୍ତି ଯେ, “କଲଚାଲ୍ ସେଂଟରକୁ ମିଳିଥିବା ସମର୍ଥନକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଦୁନିଆର ଶ୍ରେଷ୍ଠ କଲଚରାଲ୍ ସେଂଟର ମଧ୍ୟରୁ ଅନ୍ୟତମ । ଏଠାରେ ସମସ୍ତ କଳା ଓ କଳାକାରଙ୍କୁ ସ୍ୱାଗତ କରୁଛୁ । ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଂଚଳର ଯୁବକଯୁବତୀମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ସୋ’ ଏହିଠାରେ ଆୟୋଜିତ ହେବ ।’’

- Advertisement -

ମୁକେଶ ଅମ୍ବାନି କହିଛନ୍ତି ଯେ ମୁମ୍ବାଇ ସମେତ ସାରା ଦେଶ ପାଇଁ ଏହି କଲଚରାଲ୍ ସେଂଟର ସବୁଠୁ ବଡ଼ କେନ୍ଦ୍ର ଉାବେ ଉଭା ହେବ । ଏଠାରେ ବଡ଼ ସୋ’ ଆୟୋଜନ କରାଯାଇପାରିବ । ମୁଁ ଆଶା କରୁଛି ଯେ ଭାରତୀୟ କଳାକାରମାନେ ନିଜ କଳାତ୍ମକ ଭାବ ସହ ମୌଳିକ ବା ଅରିଜିନାଲ୍ ସୋ’ ପ୍ରସ୍ତୁତ କରିପାରିବେ ।

ଏହି ଅବସରରେ ଭାରତରତ୍ନ ସଚିନ ତେନ୍ଦୁଲକର, ଅଲିମ୍ପିକ ପଦକ ବିଜେତା ଅଭିନବ ବିନ୍ଦ୍ରା, ଲନ୍ ଟେନିସ୍ ତାରକା ସାନିଆ ମିର୍ଜା, କ୍ରୀଡ଼ାବିତ ଦୀପା ମଲ୍ଲିକ କଲଚରାଲ୍ ସେଂଟରରେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ସୁପରଷ୍ଟାର ରଜନୀକାନ୍ତ, ଅମିରଖାନ୍‌, ରଣବୀର ସିଂହ, ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ବରୁଣ ଧାୱନ, ସୋନମ କପୁର, ଅନୁପମ ଖେର, ଜାଭେଦ ଅଖତର, ଶବାନା ଆଜମି, ସୁନିଲ ସେଟ୍ଟି, ସାହିଦ କପୁର, ବିଦ୍ୟା ବାଲନ, ଆଲିୟା ଭଟ୍ଟ, ଦୀୟା ମିର୍ଜା, ଶ୍ରଦ୍ଧା କପୁର, ଶ୍ରେୟା ଘୋଷାଲ, ରାଜୁ ହିରାନି, ତୁଷାର କପୁରଙ୍କ ଭଳି ଚର୍ଚ୍ଚିତ ବଲିଉଡ୍ ତାରକାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗାୟକ କୈଳାସ ଖେର ଓ ମାମେ ଖାନ ନିଜ ଯାଦୁକରୀ କଣ୍ଠରେ ସମସ୍ତଙ୍କୁ ବିମୋହିତ କରିଥିଲେ ।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମଡେଲ୍ ଏମା ଚେମ୍ବର୍ଲେନ, ଜିଜି ହଦିଦଙ୍କ ଉପସ୍ଥିତି ମଧ୍ୟ କାର୍ଯ୍ୟକ୍ରମକୁ ଆହୁରି ମନୋହର କରିଥିଲା । ଦେବେନ୍ଦ୍ର ଫଡ୍‌ନଭିସ୍‌, ଉଦ୍ଧବ ଠାକ୍‌ରେ, ଆଦିତ୍ୟ ଠାକ୍‌ରେ, ସ୍ମୃତି ଇରାନୀଙ୍କ ଭଳି ରାଜନେତା ମଧ୍ୟ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ସଦଗୁରୁ ଜଗି ବାସୁଦେବ, ସ୍ୱାମୀ ନାରାୟଣ ସମ୍ପ୍ରଦାୟର ରାଧାନାଥ ସ୍ୱାମୀ, ରମେଶ ଭାଇ ଓଝା, ସ୍ୱାମୀ ଗୌର ଗୋପାଳ ଦାସଙ୍କ ଭଳି ଆଧ୍ୟାତ୍ମିକ ଗୁରୁଙ୍କ ଉପସ୍ଥିତିକ ଦର୍ଶକଙ୍କୁ ବିଭୋର କରିଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories