www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ଙ୍କ ୧୧୨ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଉପ ସଭାପତି ଶିବ ନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଡ. ଗୌରିଦାସ ପ୍ରଧାନ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ, ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ସେ ସାମାଜିକ ପରିବର୍ଦ୍ଧନକୁ ଆକଳନ କରି ଭବିଷ୍ୟତ ପାଇଁ ସଠିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ପାରୁଥିଲେ। ପରୋକ୍ଷରେ ତାଙ୍କ ଯୋଗୁଁ ହିଁ ଜବାହାରଲାଲ ନେହେରୁଙ୍କ ବଲାଙ୍ଗିର ଆଗମନ ହୋଇଥିଲା। ଓଡ଼ିଶାରେ ସେ ସମୟରେ ଏକ ମାତ୍ର ରାଜନୈତିକ ଦଳ ପଶ୍ଚିମ ଓଡ଼ିଶାରେ ଜନ୍ମ ନେବା ସହ ଏହାର ଚାବିକାଠି ମଧ୍ୟ ପଶ୍ଚିମ ଓଡ଼ିଶାରେ ରହିପାରିଥିଲା ବୋଲି ମୁଖ୍ୟ ବକ୍ତା ଡ. ପ୍ରଧାନ ଦର୍ଶାଇଥିଲେ। ଅନ୍ୟତମ ଆଲୋଚକ ଐତିହାସିକ ଦୀପକ କୁମାର ପଣ୍ଡା ରାଜେନ୍ଦ୍ର ନାରାୟଣ ପୋଷ୍ୟପୁତ୍ର ଭାବରେ ବଲାଙ୍ଗିର ଆଗମନ ଓ ତାଙ୍କ ସକାଶେ ହୋଇଥିବା ଉତ୍ସବ କିପରି ଭାବରେ ସମ୍ବଲପୁରର ସୋନପୁର ବଙ୍ଗଳାରେ ପାଳିତ ହୋଇଥିଲା, ତାହା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଅତି ସରଳ ବ୍ୟବହାର ଦ୍ୱାରା ଅନ୍ୟ ନେତା ମାନଙ୍କୁ ପ୍ରଭାବିତ କରି କାର୍ଯ୍ୟ ହାସଲ କରି ପାରୁଥିଲେ। ବରିଷ୍ଠ ସଦସ୍ୟ ଅରବିନ୍ଦ ମହାପାତ୍ର ଓ ସୁରଞ୍ଜନ ମହାପାତ୍ର ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ ସମ୍ପାଦିକା ସୁରେଖା ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories