www.samajalive.in
Sunday, December 7, 2025
23.1 C
Bhubaneswar

ହୋଟେଲ ଏସୋସିଏନର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ସମ୍ବଲପୁର: ସମ୍ବଲପୁରର ହୋଟେଲ ଓ ରେଷ୍ଟୁରାଣ୍ଟ ଏସୋସିଏସନର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ ର ପୁର୍ବ ଓ ଏବେକାର ସ୍ଥିତି ଉପରେ ଚର୍ଚ୍ଚା କରାଯାଇଥିଲା। କୋଭିଡ ସଙ୍କଟ, ଅଗ୍ନିଶମ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ, ସ୍ପାର୍ଟ ମିଟର, ବିଜୁଳି ଶୁଳ୍କ, ଖାଦ୍ୟପେୟର ଲାଇସେନ୍ସ, ପାନୀୟ ଜଳ, ଉଦ୍ୟୋଗ ଆଧାର, ଏମଏସଏମଇ ସାର୍ଟିଫିକେଟ ଆଦି ବିଭିନ୍ନ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରୀ ର ସଭାପତି ଅଶୋକ ଜଲାନ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ଆଶିଷ ପାଲିତ ଓ ଯଶବୀର ସିଂ ହୁରା ଯୋଗ ଦେଇଥିଲେ। ଏହି ଅବସରରେ ଏସୋସିଏସନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏସୋସିଏସନର ସଭାପତି ରୂପେ ସିଲା ଶିବ ପ୍ରସାଦ, ଉପ ସଭାପତି ଅଜିତ ସାମନ୍ତରାୟ, ସମ୍ପାଦକ ଗୁଞ୍ଜନ ପୋଦ୍ଦାର, ଯୁଗ୍ମ ସଚିବ ଅନୁପମ ଜୁନେଜା, କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ସାମନ୍ତରାୟ ଓ ଲୋକ ସର୍ମ୍ପକ ଅଧିକାରୀ ରୂପେ ଇନ୍ଦ୍ରଜିତ ଷଡଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି। ନବ ନିର୍ବାଚିତ ସଦସ୍ୟ ମାନେ ସେମାନଙ୍କର ପଦଭାର ଗ୍ରହଣ କରିଥିଲେ। ଶେଷରେ ଧିରେଶ୍ୱର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories