www.samajalive.in
Saturday, December 13, 2025
17.1 C
Bhubaneswar

ପୋପରଙ୍ଗାରେ ରାମନାଟ୍ୟ ଆରମ୍ଭ, ହନୁମାନଙ୍କ ଜୟଯାତ୍ରା ଓ ଲଙ୍କାପୋଡ଼ି ସାଜିବ ଆକର୍ଷଣ

ପିପିଲି:ପିପିଲି ନିକଟବର୍ତ୍ତି ପୋପରଙ୍ଗା ଠାରେ ୪୩ତମ ରାମନାଟ୍ୟ ତଥା ରାମନବମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ଆରମ୍ଭ ହୋଇଛି। ଶ୍ରୀ ଶ୍ରୀ ରାମଚରିତ ମାନସ ପାରାୟଣ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ ତାରିଖରେ ଅଧିବାସ, କଳସ ରୋପଣ, ଚରୁଅନ୍ନ ପ୍ରସାଦ ଓ ୩୧ ତାରିଖରେ ରାମନାଟ୍ୟ, ବାଳିବଦ୍ଧ ଅନୁଷ୍ଠିତ ହୋଇଥିଲା। ଯାହାକି ବେଶ୍‍ ଆକର୍ଷଣୀୟ ହେବା ସହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଲକ୍ଷ୍ମୀଧର ପଣ୍ଡା ଓ ରାଧାମୋହନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ରାମନାଟ୍ୟକୁ ଦେଖିବା ପାଇଁ ପ୍ରତ୍ୟହ ପୋପରଙ୍ଗା, ଶୁଆବରେଇ, ଅଜ୍ଜୁନଗୋଦା, ବିନ୍ଧା, ପାଚଲପୁର, ପମସରା ସମେତ ଆଖପାଖ ଅଞ୍ଚଳରୁ ୩ହଜାରରୁ ଉର୍ଦ୍ଧ ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ ସେଠାରେ ହେଉଥିବା ପରିଲକ୍ଷିତ ହୋଇଛି।

- Advertisement -

ଏହି ରାମନାଟ୍ୟରେ କଣ୍ଠଶିଳ୍ପୀ ପ୍ରଦୀପ କୁମାର ପ୍ରଧାନ ଓ ନାରାୟଣ ପ୍ରଧାନ କଣ୍ଠଦାନ କରିଥିବା ବେଳେ ପ୍ରତାପ କୁମାର ପ୍ରଧାନ, ସୁଶାନ୍ତ କୁମାର ସ୍ୱାଇଁ, ନୃସିଂହ ପ୍ରଧାନ, ଶତୃଘ୍ନ ନାୟକ, ସଦାଶିବ ପ୍ରଧାନଙ୍କ ସମେତ ପୋପରଙ୍ଗା ଗ୍ରାମବାସୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି। ୧ ତାରିଖ ଶନିବାର ଦିନ ହନୁମାନଙ୍କ ଜୟଯାତ୍ରା ଓ ଲଙ୍କାପୋଡି ଅନୁଷ୍ଠିତ ହେବାକୁ ଥିବା ବେଳେ ୨ ତାରିଖରେ ଶ୍ରୀବିଗ୍ରହଙ୍କ ବିମାନ ଯାତ୍ରା ଅନୁଷ୍ଠିତ ହେବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories