www.samajalive.in
Wednesday, December 10, 2025
18.1 C
Bhubaneswar

ଜଟିଳ ରୋଗରେ ଆକ୍ରାନ୍ତଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲାପାଳ ନେଲେ ପଦକ୍ଷେପ

ବୌଦ୍ଧ: ବିଭିନ୍ନ ଜଟିଳ ରୋଗରେ ପିଡିତ ଥିବା ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ପଦକ୍ଷେପ ନେଇଛନ୍ତି। ଉନ୍ନତ ଚିକିତ୍ସା ସେବା ତତ୍କାଳ ଯୋଗାଇ ଦେବାକୁ ଜିଲାପାଳ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ପଠାଇଛନ୍ତି। ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ରୋଗୀମାନେ ପୀଡିତ ଥିବା ଦୃଷ୍ଟିକୁ ଆସିବାପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ତତ୍କାଳ ଚିକିତ୍ସାସେବା ଯୋଗାଇ ଦିଆଯାଇଛି।

ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ୫ ଜଣକୁ ୩ ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି। ଚିକିତ୍ସା ପାଇଁ ପଠାଯାଇଥିବା ରୋଗୀମାନେ ହେଲେ ମାନସିକ ରୋଗରେ ପିଡିତ ଥିବା କଣ୍ଟାମାଳ ବ୍ଲକ ଦପଲାର ଲୋଚନ ସାହୁ ଏବଂ ପତର୍ଲା ଗ୍ରାମର କିଡନୀ ରୋଗରେ ପିଡିତ ଥିବା ସାନ ସାଗର,ବୌଦ୍ଧ ବ୍ଲକ ମୁକୁନ୍ଦପୁର ଗ୍ରାମର ଭାରତୀ ନନ୍ଦୀଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରୀ, ହରଭଙ୍ଗା ବ୍ଲକର ଗୁରୁଡାମୁଣ୍ଡାର ଚଳନ ବାଧିତ ସୁମନ୍ତ ପ୍ରଧାନଙ୍କ ଗୋଡ ଚିକିତ୍ସା ଓ ରାମ୍ଭିକଟା ଗ୍ରାମର ସଦାନନ୍ଦ ବେହେରାଙ୍କ ବେକ ଓ ହାତର ଚିକିତ୍ସା ପାଇଁ ପଠାଯାଇଥିବା ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା ସୂଚନା ଦେଇଛନ୍ତି। ଏହି ରୋଗୀମାନଙ୍କ ସହ ଜିଲା ମୁଖ୍ୟଚିକିତ୍ସାଳୟର ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ନାଏକ,ଭେକ୍ଟର ପ୍ରଧାନ ଓ ଆକାଶ ପ୍ରଧାନ,ବୁଟୁପାଲି ସ୍ୱଧାର କେନ୍ଦ୍ର କାଉନସିଲର ସବିତା ହୋତା ଏବଂ ଜିଲାପ୍ରଶାସନ ପକ୍ଷରୁ ଟ୍ରେନିଙ୍ଗ ଅଫିସର ସୌଦାଗର ବେହେରା ଓ ରାଜେନ୍ଦ୍ର ନାରାୟଣ ସେନାପତି ଯାଇଛନ୍ତି।

- Advertisement -

ବୌଦ୍ଧ ଜିଲାପ୍ରଶାସନ ପକ୍ଷରୁ ପୂର୍ବରୁ ଅନେକ ରୋଗୀଙ୍କୁ ବାହାରକୁ ପଠାଇ ଉନ୍ନତ ଚିକିତ୍ସା ସେବା ଯୋଗାଇଦିଆଯାଇଥିବାବେଳେ ଜଟିଳ ରୋଗରେ ପିଡିତ ଅନ୍ୟମାନଙ୍କୁ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସତ୍ୟରଞ୍ଜନ ସାହୁ ପ୍ରକାଶ କରିଛନ୍ତି। ଏହି ଅବସରରେ ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢି ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ଉତ୍ପଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳଙ୍କ ଏହି ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories