www.samajalive.in
Saturday, December 6, 2025
26.1 C
Bhubaneswar

ଗଣଶିକ୍ଷା ବିଭାଗ ଚୁପ, ୟୁ-ଡାଇସ ପ୍ଲସରେ ନାହିଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥ୍ୟ

ଡେସ୍କ: ପ୍ରତ୍ୟେକ ବର୍ଷ ୟୁ-ଡାଇସରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ, ଶିକ୍ଷକ, ଭିତ୍ତିଭୂମି ଓ ଅନ୍ୟାନ୍ୟ ତଥ୍ୟ ଅପଲୋଡ଼ ହେଉଥିବା ବେଳେ ଗତ କିଛି ବର୍ଷ ହେବ ସେଥିରେ +୨ ଜୁନିଅର ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)କୁ ସାମିଲ କରାଯାଇଛି। ଏଥିରେ ଛାତ୍ରଛାତ୍ରୀମାନଙ୍କର ପ୍ରାୟ ୫୪ଟି ତଥ୍ୟ ପୂରଣ କରିବାକୁ ପଡିଥାଏ। ତେବେ ସମସ୍ୟା ହେଉଛି ଯେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ଏକ୍ସଟେଣ୍ଡେଡ ଏମଆଇଏସରୁ ଆପେ ମିଳୁଥିବା ବେଳେ କୌଣସି +୨ ଜୁନିଅର ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଛାତ୍ରଛାତ୍ରୀଙ୍କ ତଥ୍ୟ ମିଳିପାରୁନାହିଁ।

ରାଜ୍ୟରେ ୨୨୪ଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୦୪୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୧୭୨ଟି ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତଥ୍ୟ ୟୁ-ଡାଇସ ପ୍ଲସରେ ନାହିଁ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଏହି ପ୍ଲାଟଫର୍ମରେ ଗଛିତ ଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ତଥ୍ୟ ନ ମିଳିବା ପଛରେ କେଉଁ କାରଣ ରହିଛି ତାହା ଜଣା ପଡୁନାହିଁ। ବ୍ଲକ ସ୍ଥରରେ ଏଥିପାଇଁ ନିଯୁକ୍ତ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ସ୍ଥରର ଅଧିକାରୀମାନଙ୍କ ପାଖରେ ଏ ନେଇ କୌଣସି ଉପାୟ ନ ଥିବା ଜଣାପଡିଛି।

- Advertisement -

ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ତଥ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥରରେ ଦେବା ଏକ ପ୍ରକାର ଅସମ୍ଭବ ହୋଇ ପଡିଥିବା ବେଳେ ଗଣଶିକ୍ଷା ବିଭାଗ ଓ ସାମସ ମଧ୍ୟରେ ସମନ୍ୱୟ ନ ଥିବାରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି। ପ୍ରତ୍ୟେକ ବର୍ଷ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆଡ଼ମିସନ ପ୍ରକ୍ରିୟା ସାମସ ଦ୍ୱାରା କରାଯାଏ ତେଣୁ ସାମସ ପାଖରେ ସମସ୍ତ ତଥ୍ୟ ରହିଛି। କିନ୍ତୁ ସେହି ତଥ୍ୟ କିଭଳି ୟୁ-ଡାଇସ ପ୍ଲସକୁ ଆସିବ ସେ ନେଇ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି। ଗଣଶିକ୍ଷା ବିଭାଗ କେବଳ ତାର ୱେବସାଇଟରେ ଗୋଟିଏ ନୋଟିସ ଦେଇ ନିରବ ରହିବା ଏହି ପ୍ରକ୍ରିୟାକୁ ଜଟିଳ କରିଛି। ଏଥିପାଇଁ ତୁରନ୍ତ ପଦକ୍ଷେପ ନ ନେଲେ ରାଜ୍ୟର ହଜାର ହଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସେଥିରେ ପଢ଼ୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ତାଲିକାରୁ ବାଦ ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories