www.samajalive.in
Thursday, December 11, 2025
16.1 C
Bhubaneswar

ଭାରତର ପ୍ରଥମ ମାଇକ୍ରୋପ୍ରୋସେସର ଶକ୍ତି

ଚେନ୍ନାଇ: ଆଇଆଇଟି ମାଡ୍ରାସର ବୈଜ୍ଞାନିକମାନେ ଦେଶର ପ୍ରଥମ ମାଇକ୍ରୋପ୍ରୋସେସର ନିର୍ମାଣ କରିଥିବା ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିିର୍ମିତ ଏହି ମାଇକ୍ରୋପ୍ରୋସେସରର ନାମ ‘ଶକ୍ତି’ ରଖାଯାଇଛି। ଚଣ୍ଡିଗଡ଼ସ୍ଥିତ ଇସ୍ରୋର ସେମି କଣ୍ଡକ୍ଟର ଲାବ୍‍ରେ ଏହାକୁ ବିକଶିତ କରାଯାଇଛି। ମୋବାଇଲ୍‍ ଫୋନ୍‍, ହାଇପାୱାର କ୍ୟାମେରା, ୱାଶିଂମେସିନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣରେ ‘ଶକ୍ତି’ର ବ୍ୟବହାର ହୋଇପାରିବ। ଏ କ୍ଷେତ୍ରରେ ଭାରତକୁ ଆଉ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କୁହାଯାଉଛି।
ଉଦ୍‍ଭାବନକାରୀ ଟିମର ନେତୃତ୍ୱ ନେଉଥିବା ପ୍ରଫେସର କାମାକୋଟି ବିଜୟୀନାଥନ୍‍ଙ୍କ କହିବା ଅନୁଯାୟୀ, ପୂର୍ବରୁ ଆଇଆଇଟି ମାଡ୍ରାସ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିପ୍‍ ରାଇଜକ୍ରିକ୍‍ ଆମେରିକା ସ୍ଥିତ ଇଣ୍ଟେଲ କମ୍ପାନୀରେ ବିକଶିତ ହୋଇଥିଲା। କିନ୍ତୁ ଏବେ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ‘ଶକ୍ତି’କୁ ବିକଶିତ କରାଯାଇଛି। ‘ଶକ୍ତି’ ଯୋଗାଣ ପାଇଁ ପ୍ରାୟ ୧୩ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ‘ଶକ୍ତି’କୁ ବଜାରକୁ ଛଡ଼ାଯାଇପାରିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories