www.samajalive.in
Thursday, December 11, 2025
16.1 C
Bhubaneswar

ଭାରତରେ ବାୟୁ ପ୍ରଦୂଷଣରେ ରୋଷେଇ ଧୂଅାଁର ମାତ୍ରା ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଦିଲ୍ଲୀର ପ୍ରଦୂଷଣ ମାତ୍ରା ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ଆସନ୍ତା ଦୀପାବଳିରେ ଯଥାସମ୍ଭବ ସବୁଜ ବାଣ ବ୍ୟବହାର ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। କଳକାରଖାନା, ଯାନବାହନ ଓ ନିର୍ମାଣ ସଂସ୍ଥା ଯୋଗୁଁ ପ୍ରଦୂଷଣ ବଢ଼ୁଥିବା ପରିବେଶବିତମାନେ କହିଛନ୍ତି। କିନ୍ତୁ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରଦୂଷଣର କାରଣ ଅନ୍ୟ କିଛି ବୋଲି ଦର୍ଶାଯାଇଛି। ଜାତିସଂଘର ପରିବେଶ ଯୋଜନା ବିଭାଗର ରିପୋର୍ଟ ଅନୁଯାୟୀ ଭାରତରେ ହେଉଥିବା ପ୍ରଦୂଷଣରେ ଗୃହରେ ବ୍ୟବହୃତ ଇନ୍ଧନର ଭୂମିକା ଅଧିକ। ୨୨% ରୁ ୫୨% ପ୍ରଦୂଷଣ କେବଳ ଗୃହରୁ ନିର୍ଗତ ଧୂଅାଁ ଯୋଗୁଁ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ପ୍ରଦୂଷଣରୁ ବର୍ତ୍ତିବାକୁ ହେଲେ ଗୃହରୁ ବାହାରୁ ଥିବା ଧୂଅାଁକୁ ଯଥାସମ୍ଭବ କମ୍‍ କରିବା ପାଇଁ ପରାମର୍ଶ ଦିଆଯାଇଛି।
‘ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ: ବୈଜ୍ଞାନିକ ସମାଧାନ’ ଶୀର୍ଷକ ଏହି ରିପୋର୍ଟରେ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ୨୫ଟି ଉପାୟ ଉପରେ ଗୁରୁତ୍ୱାରୋପ କରାଯାଇଛି। ରୋଷେଇ ପାଇଁ ଏଲ୍‍ପିଜି ଓ ବିଦ୍ୟୁତ ଚାଳିତ ସରଞ୍ଜାମ ବ୍ୟବହାର, ଘରୋଇ ଯାନବାହନ ଚଳାଚଳ ଯଥାସମ୍ଭବ ହ୍ରାସ କରିବା ପାଇଁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।
ରିପୋର୍ଟର ତଥ୍ୟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁଁ ପିଲାମାନଙ୍କର ପାଠପଢ଼ା ଓ ମସ୍ତିଷ୍କର ଶକ୍ତି ମଧ୍ୟ ପ୍ରଭାବିତ ହୋଇଛି। ଭାରତରେ ପ୍ରଦୂଷଣ ଯୋଗୁଁ ବାର୍ଷିକ ୨୦ ଲକ୍ଷ ଶିଶୁ ଜନ୍ମ ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି। ବିଶ୍ୱରେ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟାର ଏହା ୨୫%। ଘରୋଇ ବ୍ୟବହାରରୁ ଉତ୍ପନ୍ନ ପ୍ରଦୂଷଣକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ଜାତୀୟ ଗ୍ରୀନ୍‍ ଟ୍ରିୁବ୍ୟୁନାଲ୍‍ ଗତ ମଙ୍ଗଳବାର ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories