www.samajalive.in
Saturday, December 13, 2025
21.1 C
Bhubaneswar

ଜାଣନ୍ତୁ : ରାସ୍ତାରୁ ଟଙ୍କା ପାଇଲେ ମିଳେ କି ସଙ୍କେତ..

ଅନେକ ସମୟରେ ଏପରି ହୋଇଥାଏ, ରାସ୍ତାରେ ଚାଲୁଥିବା ସମୟରେ ରାସ୍ତାରେ ଟଙ୍କା ପଡିଥିବା ଦେଖିବାକୁ ମିଳିଥାଏ। ସେହି ସମୟରେ ହଠାତ୍‌‌ ଜଣାପଡିନଥାଏ କ’ଣ କରିବା ଉଚିତ ଓ ଅନୁଚିତ। କିଛି ଲୋକେ ସେହି ଟଙ୍କାକୁ ଉଠାଇ ନେଇଥାଆନ୍ତି। ସେହିଭଳି କିଛି ଲୋକେ ସେଠାରୁ ପଳାଇ ଆସିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାସ୍ତାରେ ଏଭଳି ଭାବେ ଟଙ୍କା ମିଳିବା ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଅନେକ ସଙ୍କେତ ଦେଇଥାଏ। ଜାଣନ୍ତୁ..

କୁହାଯାଏ ରାସ୍ତାରେ ଟଙ୍କା ପଡିଥିବା ଅବସ୍ଥାରେ ମିଳିଲେ, ସେହି ବ୍ୟକ୍ତିଙ୍କ ଉପରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏମାନଙ୍କ ଜୀବନରେ ଥିବା ସମସ୍ୟା ଦୂର ହୋଇ ଜୀବନରେ ଖୁସି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

- Advertisement -

କୌଣସି ବ୍ୟକ୍ତିଙ୍କୁ କାମରୁ ଘରକୁ ଫେରିବା ବାଟରେ ରାସ୍ତାରେ ଟଙ୍କା ମିଳିଲେ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣ ଆର୍ଥିକ କ୍ଷେତ୍ରରେ ଲାଭବାନ୍‌‌ ହେବେ। ନୂତନ ଯାନ କିଣିବାର ମଧ୍ୟ ଅଧିକ ସମ୍ଭାବନା ଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାସ୍ତାରେ ଯାଉଥିବା ସମୟରେ ଟଙ୍କା ପଡିଥିବା ଅବସ୍ଥାରେ ମିଳିଲେ, ଏହାର ଅର୍ଥ ଖୁବ୍‌‌ ଶୀଘ୍ର ଆପଣଙ୍କୁ ଧନ ପ୍ରାପ୍ତି ହେବ। କୌଣସି ସ୍ଥାନରେ ନିବେଶ ମଧ୍ୟ କରି ପାରିବେ। ସେଥିରୁ ଆପଣ ଲାଭବାନ୍‌‌ ହେବେ।

ରାସ୍ତାରୁ ଟଙ୍କା ମିଳିଲେ ଏହା ଆଗାମୀ ଦିନରେ ଶୁଭକାର୍ଯ୍ୟ ହେବାର ମଧ୍ୟ ସଙ୍କେତ ଦେଇଥାଏ।

ରାସ୍ତାରୁ ମୁଦ୍ରା (କଏନ୍‌‌) ମିଳିଲେ ଏହାର ଅର୍ଥ ଆପଣ ଖୁବ୍‌‌ ଶୀଘ୍ର ନୂତନ କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି। ଏଥିରେ ସଫଳତା ପ୍ରାପ୍ତି ସହ ଆର୍ଥିକ ସମସ୍ୟା ଦୂର ହୋଇ ଧନ ପ୍ରାପ୍ତି ହେବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ।

 

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories