www.samajalive.in
Wednesday, December 10, 2025
14.1 C
Bhubaneswar

ଏଣିକି ଘର କାମରେ ସାହାଯ୍ୟ କରିବ ସ୍ମାର୍ଟ ଚଷମା

ଘରୁ ଆସିବା ବେଳେ ଯଦି ଅନ୍ୟମନସ୍କ ହୋଇ ଟିଭି ବା ସେପରି କୌଣସି ବୈଦ୍ୟୁତିକ ଉପକରଣ ଖୋଲା ରଖି ଚାଲିଆସୁଥାନ୍ତି, ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। ଏପରି ସମସ୍ୟାର ସମାଧାନ କରିବା ଲାଗି ଏକ ସ୍ମାର୍ଟ ଚଷମା ଉପଲବ୍ଧ ହେବାକୁ ଯାଉଛି।
କାନାଡାର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଏପରି ଏକ ସ୍ମାର୍ଟ ଚଷମା ପ୍ରସ୍ତୁତ କରିଛି, ଯାହା ପ୍ରତିଦିନର ଜଞ୍ଜାଳରୁ ମୁକ୍ତ କରିବ। ଫୋକଲ୍‌ସ ନାମକ ଏହି ସ୍ମାର୍ଟ ଚଷମାରେ ଏକ ଛୋଟ ପ୍ରୋଜେକ୍ଟର ଲଗାଯାଇଛି। ବ୍ୟବହାରକାରୀଙ୍କ ମୁହଁ ଆକାରରେ ଏହି ଚଷମା ଫିଟ୍‌ କରାଯାଇପାରିବ। ଏହା ବ୍ୟବହାରକାରୀଙ୍କ ହୋମ୍‌ ସ୍ପିକର ସହ ଯୋଡି ହୋଇପାରେ। ତେଣୁ ଚଷମା ଦ୍ବାରା ଭଏସ୍‌ କମାଣ୍ଡ ଦେଇପାରିବେ। ଏହା ମୋବାଇଲରେ ଆସିଥିବା ମେସେଜ୍‌ ପଢି ଶୁଣାଇବା ସହ ପାଣିପାଗର ସୂଚନା ଜଣାଏ।
ଯଦି କୌଣସି କାମର ଆଲର୍ଟ ଦେଇଥାନ୍ତି ତେବେ ଏହା ସେହି ସମୟରେ ସଚେତନ କରାଇପାରେ। ମୋବାଇଲ ଫୋନ୍‌ରେ ଥିବା ସମସ୍ତ ଆଲର୍ଟ ଏହି ସ୍ମାର୍ଟ ଚଷମାରେ ଉପଲବ୍ଧ ହେବ। ସ୍ମାର୍ଟ ଗ୍ଲାସ ସହିତ ଏକ ମୁଦି ପରି ‘ଲୁପ୍‌’ ଆସେ ଯାହାକୁ ଅଙ୍ଗୁଳିରେ ପିନ୍ଧିବା ପରେ ଅନ୍‌ କରିବା ମାତ୍ରେ ସମସ୍ତ ନୋଟିଫିକେସନ୍‌ ଦେଇଥାଏ। ଏହି ଲୁପ୍‌କୁ ଜୟଷ୍ଟିକ୍‌ ପରି ବ୍ୟବହାର କରିପାରିବେ। ଡିଜିଟାଲ ଆସିଷ୍ଟାଣ୍ଟ ସହ ଯୋଡିହେବା ପରେ ଏହି ଚଷମା ଆପଣଙ୍କ ସ୍ମାର୍ଟହୋମ୍‌କୁ ନିୟନ୍ତ୍ରଣ କରିବ। ଥରେ ଚାର୍ଜ ହେବା ପରେ ଏହା ୧୮ଘଣ୍ଟା କାମ କରିଥାଏ। ଡାକ୍ତର ଯଦି କୌଣସି ଲେନ୍ସ ଲଗାଇବାକୁ କହିଥାନ୍ତି, ଏହି ଚଷମା ସେହି ଅନୁସାରେ ତିଆରି କରାଯାଇପାରିବ। ଏହା ଉପରେ ଖରା କିମ୍ବା ପାଣିର ପ୍ରଭାବ ପଡିବନାହିଁ। ବର୍ଷ ଶେଷ ସୁଦ୍ଧା କାନାଡା ଏବଂ ଆମେରିକାରେ ଏହି ଚଷମା ମିଳିପାରିବ। ଆରମ୍ଭରେ ଏହାର ମୂଲ୍ୟ ୭୫ହଜାର ଟଙ୍କା ରଖାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories