www.samajalive.in
Saturday, December 13, 2025
26.1 C
Bhubaneswar

ଆଠଗଡ ଅମଲା ସଂଘର କର୍ମକର୍ତ୍ତା ନିର୍ବାଚନ

ଆଠଗଡ :  ଆଠଗଡ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଆଠଗଡ ଅମଲା ସଂଘର ଏକ ବୈଠକ ଆୟୋଜନ ହେବା ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅମଲା ସଂଘର ରାଜ୍ୟ ମୁଖ୍ୟ ସଂଯୋଜକ ହୃଦୟ ବିହାରୀ ମହାପାତ୍ର, ରାଜ୍ୟ ସଂପାଦକ ଗୁରୁଗୋବିନ୍ଦ ତରାଇ, ରାଜ୍ୟସଂଘ ସଭାପତି କୀର୍ତ୍ତିରଞ୍ଜନ ନାୟକ, ଜିଲ୍ଲା ଶିକ୍ଷା ଅମଲାସଂଘର ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଅମଲା ସଂଘର ବିଭିନ୍ନ ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଠଗଡ ଅମଲା ସଂଘର କର୍ମକର୍ତ୍ତାଙ୍କୁ ସର୍ବସମ୍ମତକ୍ରମେ ନିର୍ବାଚିତ କରାଯାଇଥିଲା। ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ, ସାଧାରଣ ସଂପାଦକ ମନୋଜ କୁମାର ସେଠୀ, ଉପସଭାପତି ପ୍ରତାପ କୁମାର ଲେଙ୍କା, ଯୁଗ୍ମ ସଂପାଦକ ପ୍ରଦୀପ କୁମାର ସ୍ୱାଇଁ , ସହ ସଂପାଦକ ହୃଦୟ କମଳ ଦାସ ଓ ସଂଗ୍ରାମ ସ୍ୱାଇଁ, ସଂଯୋଜକ କୁଳମଣି ପଣ୍ଡା ଓ ସଂଜୟ ବେଉରା ଏବଂ କୋଷଧ୍ୟକ୍ଷ ଭାବେ ଆଦିତ୍ୟ ପ୍ରସାଦ ପ୍ରଧାନ ମନୋନୀତ ହୋଇଥିଲେ। ଏଥି ସହିତ ଅରବିନ୍ଦ ଓ ମୁକେଶ ସାହୁଙ୍କୁ ମିଡିଆ ସଂଯୋଜକ ଏବଂ କବିତା ସ୍ୱାଇଁ, ମାନସରଞ୍ଜନ ସେନାପତି, ଜୟଶ୍ରୀ ନାୟକ ଓ ଯଦୁପତି ନନ୍ଦନ ଶ୍ରୀଚନ୍ଦନ ଦେହୁରୀଙ୍କୁୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା। ଏମାନଙ୍କ ନେତୃତ୍ୱରେ ଗ୍ରେଡ ପେ ୪୨୦୦ଦାବିକୁ ସରକାରଙ୍କ ନିକଟରେ ଜୋରଦାର ଉପସ୍ଥାପନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories