www.samajalive.in
Saturday, December 13, 2025
26.1 C
Bhubaneswar

ଯୁବ-ଛାତ୍ର ବିଜେଡି ପକ୍ଷରୁ ବଳିଦାନ ଦିବସ

ଆଠଗଡ : ଆଠଗଡ ବିଜୁ ଯୁବ-ଛାତ୍ର ବିଜେଡି ପକ୍ଷରୁ ଆଠଗଡର ଲକ୍ଷ୍ମୀବଜାର ମଣ୍ଡପରେ ସହିଦ୍‌‌ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସହିଦ୍‌‌ ଭଗତ ସିଂହଙ୍କ ଦେଶପ୍ରେମର ପଟ୍ଟାନ୍ତର ନାହିଁ ବୋଲି କହିବା ସହ ତାଙ୍କ ଆଦର୍ଶ ଓ ବିଚାରଧାରାରେ ଅନୁପ୍ରାଣିତ ହେବା ପାଇଁ ଯୁବ-ଛାତ୍ର ଓ ଶ୍ରମିକ ସମାଜଙ୍କୁ ଆହ୍ୱାନ ଜଣାଇଥିଲେ। ଦେଶ ଯେତେବେଳେ ଏକ ସଙ୍କଟମୟ ପରିବେଶ ଦେଇ ଗତି କରୁଛି ଏବଂ ଏକ ବିଦ୍ୱେଶ ଭରା ରାଜନୀତି ତାର କାୟା ବିସ୍ତାର କରୁଛି ସେତେବେଳେ ସହିଦ୍‌‌ ଭଗତ ସିଂହଙ୍କର ଆଦର୍ଶ, ବିଚାରଧାରା ଓ ପ୍ରଦର୍ଶିତ ମାର୍ଗ ଆଜିର ସମୟରେ ଅବଶ୍ୟକତା ଅନୁଭୁତ ହେଉଛି ଏବଂ ଆଜିର ଛାତ୍ର, ଯୁବକ ଓ ଶ୍ରମିକ ସମାଜ ଦେଶପ୍ରେମ, ଆତ୍ମୀୟତା ଓ ଭାଇଚାରାକୁ ଅତୁଟ ରଖିବା ପାଇଁ ଶ୍ରୀ ସ୍ୱାଇଁ ଆହ୍ୱାନ ଜଣାଇଥିଲେ। ଆଠଗଡ ଏନଏସି ଯୁବ ବିଜେଡି ସଭାପତିି ଶିବଶଙ୍କର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ବକ୍ତାଭାବେ ଇତିହାସ ବିଭାଗ ପ୍ରାଧ୍ୟାପକ ପ୍ରଶାନ୍ତ ପ୍ରଧାନ, ମାଲକାନଗିରିର ମାନବାଧିକାର ସଦସ୍ୟ ଦେବବ୍ରତ ବେହେରା ଓ ପ୍ରଗତିଶୀଳ ଛାତ୍ରସମାଜର ମନୋଜ କର ଯୋଗଦେଇ ସହିଦ୍‌‌ ମାନଙ୍କର ତ୍ୟାଗ ଓ ବଳିଦାନ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ଆଠଗଡର ୫ଟି ଜିଲ୍ଲାପରିଷଦ ଜୋନ୍ ଅଞ୍ଚଳରୁ ପୃଥକ ଭାବେ ବିଶାଳ ବାଇକ ଶୋଭାଯାତ୍ରାରେ ଯୁବ ଓ ଛାତ୍ର ବିଜେଡିର ଶହ ଶହ କର୍ମୀ ଆସି ଆଠଗଡ ରଥଗଡା ଛକଠାରେ ପହଞ୍ଚିଥିଲେ। ସେଠାରୁ ଏକ ମଶାଲ ଶୋଭାଯାତ୍ରାରେ ସମସ୍ତେ ଆସି ଲକ୍ଷ୍ମୀବଜାର ମଣ୍ଡପ ନିକଟରେ ପହଞ୍ଚିଥିଲେ। ଏହି ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ବିନୋଦ କୁମାର ମାଝି, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଏନଏସି ଛାତ୍ର ବିଜେଡି ସଭାପତି ମହମ୍ମଦ ଖଲିିଦ୍‌‌, ତିଗିରିଆ ବ୍ଲକ୍‌‌ ଯୁବ ବିଜେଡି ସଭାପତି ପ୍ରୀତିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories