www.samajalive.in
Saturday, December 13, 2025
26.1 C
Bhubaneswar

ମାଛ ଧରିବାକୁ ଯାଇ ଜୀବନ ହାରିଲେ ଦୁଇ ଜଣ

କେନ୍ଦ୍ରପଡା: ମାଛ ଧରିବାକୁ ଯାଇ ଦୁଇ ଜଣ ବ୍ୟକ୍ତିଙ୍କୁ ଜୀବନ ହାରିବାକୁ ପଡିଛି । ପୋଖରୀରେ ବୁଡିକୁ ନୁହେଁ ବଂର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେମାନଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରପଡା ଜିଲ୍ଲା ବରହମପୁର ଗାଁରେ ଘଟିଛି । ମୃତକ ମାନେ ସେହିଗ୍ରାମର ଅମରେନ୍ଦ୍ର ପ୍ରଧାନ ଓ ଅରଖିଆ ଗ୍ରାମର ଗୋକୁଳ ଦଳେଇ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ସେହି ଗାଁର ମଣ୍ଟୁ ପାଣି ନାମକ ଜଣେ ବ୍ୟକ୍ତି ଉକ୍ତ ମାଛ ପୋଖରୀକୁ ଲିଜରେ ନେଇଛନ୍ତି । ମାଛ ଚୋରି ରୋକିବା ପାଇଁ ମଣ୍ଟୁ ପୋଖରୀ ଚାରି ପାର୍ଶ୍ବରେ ବିଦ୍ୟୁତ୍ ସଂଯୋଗ କରିଥିଲେ । ପ୍ରତିଦିନ ରାତିରେ ସେ ବିଦ୍ୟୁତ ସଂଯୋଗ କରନ୍ତି ଏବଂ ସକାଳୁ କାଟଇ ଦିଅନ୍ତି । ଗତକାଲି ରାତିରେ ଏହି ଦୁଇ ଜଣ ବ୍ୟକ୍ତି ମାଛ ଧରିବାକୁ ପୋଖରୀ ମଧ୍ୟକୁ ପସିଥିଲେ ଏବଂ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସଙ୍ଗେ ସଙ୍ଗେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗ୍ରାମବାସୀ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଖରୀକୁ ଲିଜରେ ନେଇଥିବା ମଣ୍ଟୁ ପାଣିକୁ ଗ୍ରାମବାସୀ ଅଟକ ରଖିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories