www.samajalive.in
Friday, December 5, 2025
26.1 C
Bhubaneswar

ଅଷ୍ଟମ ଦିନ ପାଇଁ ବି ସଂସଦରେ ଅଚଳାବସ୍ଥା ଜାରି

ଡେସ୍କ: ଦେଶର ଗଣତନ୍ତ୍ର ଓ ଅଦାନୀ ଗ୍ରୁପ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଆଜି ଅଷ୍ଟମ ଦିନ ପାଇଁ ମଧ୍ୟ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଏଠି ଲାଗି ଅପରାହ୍ନ ୨ଟା ଯାଏଁ ମୁଲତବୀ ରଖା ଯାଇଥିଲା।

ଆଜି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଅଦାନୀ ଗ୍ରୁପ ମାମଲା ନେଇ ସ୍ଲୋଗାନ ଦେଇଥିଲେ। କଂଗ୍ରେସ, ଡ଼ିଏମକେ ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରିଥିଲେ। କିଛି କଂଗ୍ରେସ ସାଂସଦ ଗୃହରେ ରାହୁଲ ଗାନ୍ଧୀଙ୍କୁ ବକ୍ତବ୍ୟ ରଖିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ତେବେ ଶାସକ ଦଳ ସଦସ୍ୟମାନେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଅଡି ବସିଥିଲେ। କୌଣସି ସଦସ୍ୟଙ୍କୁ ବକ୍ତବ୍ୟ ରଖିବା ପାଇଁ ପ୍ରତିବନ୍ଧକ ନାହିଁ ଓ ସେ ଗୃହର ନିୟମ ଅନୁଯାୟୀ ଅନୁମତି ଦେଉଛନ୍ତି ବୋଲି ବାଚସ୍ପତି ଓମ ବିର୍ଲା କହିଥିଲେ।

- Advertisement -

ସେହିପରି ରାଜ୍ୟସଭାରେ ଅଦାନୀ ଗ୍ରୁପ ମାମଲାରେ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବକୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଅଗ୍ରାହ୍ୟ କରିଥିଲେ। ସେ କହିଥିଲେ, ସେ ସମସ୍ତ ଦଳର ମୁଖ୍ୟଙ୍କ ସହ ୩ଥର ବୈଠକ କରି ସାରିଛନ୍ତି। ଅନ୍ୟପକ୍ଷରେ ଅଦାନୀ ଗ୍ରୁପ ମାମଲାର ତଦନ୍ତ ପାଇଁ ମିଳିତ ସଂସଦୀୟ କମିଟି ଗଠନ କରିବାକୁ ବିରାଡ଼ି କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ ଦାବି କରିଥିଲେ। ଉଭୟ ସଭା ଆରମ୍ଭରେ ସଦସ୍ୟମାନେ ଆଜି ସହୀଦ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ସର୍ଦାର ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories