www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ଡିଗ୍ରୀ କଲେଜରେ ଉତ୍କଳ ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା 

ଆଠଗଡ :  ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ଉତ୍କଳ ଦିବସ ଉପଲକ୍ଷେ ବୁଧବାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବିଭିନ୍ନ ବିଭାଗ ପକ୍ଷରୁ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଥିଲା। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଏହି ପାଠ୍ୟଚକ୍ର ପ୍ରତିଯୋଗିତାକୁ ଉଦ୍‌‌ଘାଟନ କରିଥିବାବେଳେ ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷା, ଇତିହାସ, ଗୃହବିଜ୍ଞାନ, ଓ ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ ପାଠ୍ୟଚକ୍ରରେ କଲେଜର ଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଏଥିରେ ବରପୁତ୍ର ଓ କର୍ଣ୍ଣଧାରଙ୍କ ଭୁମିକା, ଓଡିଶାର ଐତିହ୍ୟ, ସଂସ୍କୃତି ଓ ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ଉଦ୍ୟମ, ଦେଶ ବିଦେଶରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଆଦି ବିଷୟବସ୍ତୁ ଉପରେ ଛାତ୍ରୀମାନେ ନିଜର ବକ୍ତବ୍ୟ ରଖିଥିଲେ। ଆଇକ୍ୟୁଏସି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଉତ୍କଳ ଦିବସର ଅନୁଚିନ୍ତା ଓ ମହତ୍ୱ ସଂପର୍କରେ ଛାତ୍ରୀମାନଙ୍କୁ ଉଦ୍‌‌ବୋଧନ ଦେଇଥିଲେ। ଅଧ୍ୟାପିକା ଶୁଭସ୍ମିତା ଦାସ କାର୍ଯ୍ୟକ୍ରମ ପରିଚାଳାରେ ସହଯୋଗ କରିଥିବାବେଳେ +୩ ୩ୟ ବର୍ଷର ଛାତ୍ରୀ ରୁବିନା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠ୍ୟଚକ୍ରରେ ୬୦ରୁ ଅଧିକ ଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories