www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀ ହନୁମାନ ମନ୍ଦିରରେ ଶ୍ରୀରାମଚରିତ ମାନସ ଓ ଯଜ୍ଞାରମ୍ଭ

ଆଠଗଡ :  ଆଠଗଡ ଚାନ୍ଦବାଲି ଛକସ୍ଥିତ ଶ୍ରୀ ଶ୍ରୀ ହନୁମାନ ଜୀଉ ମନ୍ଦିରରେ ୨୫ତମ ବାର୍ଷିକ ଉତ୍ସବ, ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ, ଯଜ୍ଞ ଓ ପ୍ରବଚନ ଜ୍ଞାନଯଜ୍ଞ ଏକ ଭକ୍ତିମୟ ତଥା ପବିତ୍ର ପରିବେଶରେ ଆରମ୍ଭ ହୋଇଛି। ନବଦିନାତ୍ମକ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଚୈତ୍ର ଅମାବାସ୍ୟା ତିଥି ମଙ୍ଗଳବାର ଅପରାହ୍ନରେ ଶୁଭାଧିବାସ, ଅଙ୍କୁରାରୋପଣ, ମଙ୍ଗଳ କିର୍ତ୍ତନ ସହ ବଡପୋଖରୀ ଭାଗୀରଥି ସାଗରଠାରେ ପାରମ୍ପରିକ ପୂଜାବିଧି ପରେ ବହୁ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଜଳ

କଳସ ଧାରଣ କରି ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ପହଞ୍ଚିଥିଲେ। ତଦ୍‌‌ପରେ ସେଠାରେ ଯଜ୍ଞ ମଣ୍ଡପରେ ଘଟସ୍ଥାପନ କରାଯାଇଥିଲା । ବୁଧବାର ପ୍ରତ୍ୟୁଷରେ ସୂର୍ଯ୍ୟାର୍ଚ୍ଚନା, ସୂର୍ଯ୍ୟସୁକ୍ତ ପାଠ, ସୂର୍ଯ୍ୟାର୍ଘ୍ୟ ପ୍ରଦାନ ସହ ଅନ୍ୟାନ୍ୟ ପୂଜାନୀତି ପରେ ପରେ ଅଗ୍ନି ସ୍ଥାପନ ସହିତ ଯଜ୍ଞାରମ୍ଭ ହୋଇଥିଲା। ଏଥିରେ ପଣ୍ଡିତ ନେତ୍ରାନନ୍ଦ ଷଡଙ୍ଗୀ ଓ ସହଯୋଗୀ ପୁରୋଧା ଭାବେ ଏବଂ ଆଦ୍ୟକର୍ତ୍ତା ଭାବେ ହନୁମାନଙ୍କ ପରମଭକ୍ତ ପଣ୍ଡିତ ନିରଞ୍ଜନ ରଥ ଓ ମୁଖ୍ୟକର୍ତ୍ତା ଭାବେ ନଳୀନାକ୍ଷ ରଥ ଓ ତାଙ୍କ ସହଧର୍ମିଣୀ କୁମୁଦିନି ପଣ୍ଡା ଯଜ୍ଞ ପରିଚାଳନା କରିଥିଲେ। ସେହିପରି ବ୍ୟାସ ଅକ୍ଷୟ କୁମାର ମିଶ୍ର, ମାନସ ରଞ୍ଜନ ପଣ୍ଡା ଓ ଧାରକ ରାମଚନ୍ଦ୍ର ରଣା ଏବଂ ହନୁମାନ ଜୀଉ ମନ୍ଦିର ନ୍ୟାସ ଓ ଭକ୍ତବୃନ୍ଦ ସନ୍ଥ ଗୋସ୍ୱାମୀ ଶ୍ରୀ ତୁଳସୀ ଦାସଙ୍କ ଶ୍ରୀରାମଚରିତ ମାନସ ପାରାୟଣ କରିଥିଲେ।

- Advertisement -

ବିଶିଷ୍ଟ ପ୍ରବକ୍ତା ପଣ୍ଡିତ କୈଳାସ ଚନ୍ଦ୍ର ପରିଡାଙ୍କ ଦ୍ୱାରା ରାତିରେ ପ୍ରବଚନ ଶୁଣିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥିଲା। ମହେଶ ପ୍ରସାଦ ଦାଶ, ସଞ୍ଜୀବ ଲୋଚନ ସାହୁ, ସୁବାସ ରାଉତ, ପ୍ରମିତାଭ ମହାପାତ୍ର, ଦିଲ୍ଲୀପ କୁମାର ତ୍ରିପାଠୀ, ନିଗମାନନ୍ଦ ସ୍ୱାଇଁ ଏବଂ ମନ୍ଦିରର ପୂଜକ ଦେବପ୍ରସାଦ ମହାପାତ୍ରଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories