www.samajalive.in
Saturday, December 13, 2025
26.1 C
Bhubaneswar

ଟିଲାଗଡ଼ରେ ପ୍ରବଳ କରକାପାତ, ଘଡ଼ଘଡ଼ି ସହ ବର୍ଷା

ଟିଟିଲାଗଡ଼: ଟିଟିଲାଗଡ଼ ସହରରେ ଆଜି ପ୍ରବଳ କରକାପାତ ହୋଇଛି। ଏନେଇ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିଲା। ଆଜି ଅପରାହ୍ନରେ ଅଚାନକ ଘଡଘଡି ଜୋରଦାର ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ଓ କରକାପାତ ହୋଇଥିଲା। ଟିଟିଲାଗଡ଼ ଅଞ୍ଚଳରେ ଲେମ୍ବୁ ଆକୃତିର କରକାପାତ ହୋଇଥିବା ଦେଖିବାକୁ ମିଳିଥିଲା।

ପ୍ରବଳ ପବନ ଯୋଗୁଁ ଅନେକ ଗଛ ଭାଙ୍ଗିବା ସହ ଆଜବେଷ୍ଟସ ଛାତ ଗୁଡିକ ଉଡ଼ି ଯାଇଥିବା ଜଣାଯାଇଛି। ସେହିପରି କରକାପାତ ଯୋଗୁଇ ଦୀର୍ଘ ଦୁଇ ଘଣ୍ଟା ଧରି ସହରରେ ସାଧାରଣ ଜନଜୀବନ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ବିଭିନ୍ନ ଅଞ୍ଚଳର ଗ୍ରାମାଞ୍ଚଳରେ ମଧ୍ୟ କାଳ ବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories