www.samajalive.in
Monday, December 8, 2025
13.1 C
Bhubaneswar

ପୈତୃକ ଗ୍ରାମରେ ସହିଦ ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

ବଲାଙ୍ଗୀର: ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଡିଡି ନ୍ୟୁଜର ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇ ଯାଇଛି। ତାଙ୍କ ପୈତୃକ ଗ୍ରାମ ବଲାଙ୍ଗୀର ଜିଲା ଲୋଇସିଂହା ଅନ୍ତର୍ଗତ ଘୁଷୁରମୁଣ୍ଡା ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ଗ୍ରାମ ଓ ଆଖପାଖ ଅଞ୍ଚଳର ବହୁ ଲୋକ ଉପସ୍ଥିତ ରହିଥିଲେ। ଅଚ୍ୟୁତାନନ୍ଦ ଅମର ରହେ ଧ୍ବନୀରେ ଗ୍ରାମ୍ୟ ଶ୍ମଶାନ କମ୍ପି ଉଠିଥିଲା।
ସୂଚନାଯୋଗ୍ୟ, ବୁଧବାର ଅପରାହ୍ନ ସମୟରେ ତାଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗ୍ରାମରେ ପହଞ୍ଚି ଥିଲା। ଗ୍ରାମରେ ପାର୍ଥିବ ଶରୀର ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଶ୍ମଶାନକୁ ନିଆ ଯାଇଥିଲା। ଶେଷକୃତ୍ୟ ସମୟରେ ତାଙ୍କର ପରିବାର, ସ୍ଥାନୀୟ ବିଧାୟକ, ଜିଲାପାଳ ଓ ପୁଲିସ ଏସପି ଉପସ୍ଥିତ ରହିଥିଲେ। ଡିଡି ନ୍ୟୁଜର ମହାନିର୍ଦେଶକ କୃପାଶଙ୍କର ଯାଦବ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷକୃତ୍ୟ‌ରେ ସାମିଲ ହୋଇଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories