www.samajalive.in
Saturday, December 13, 2025
26.1 C
Bhubaneswar

ସରକାର କା ମାଲ…… ଖତ ଖାଉଛି ଅଳିଆବୁହା ସାଇକେଲ୍

ହରଭଙ୍ଗା : ସ୍ୱଛଭାରତ ମିଶନ ଜରିଆରେ ସ୍ୱଛତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ହରଭଙ୍ଗା ଜଳ ଓ ପରିମଳ ବିଭାଗ ପକ୍ଷରୁ ସରକାରୀ ଟଙ୍କାରେ ଅଳିଆ ବୁହା ସାଇକେଲ କ୍ରୟ କରାଯାଇଥିଲେ ମଧ୍ୟ ସେଗୁଡିକ କାମରେ ଲାଗିବା ବଦଳରେ ଅଫିସ୍ ପରିସରରେ ପଡି ପଡି ଖତ ଖାଉଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ସାଇକେଲ ଗୁଡିକ କାର୍ଯ୍ୟରେ ନିୟୋଜିତ କରାଯାଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି । ଏ ସର୍ମ୍ପକରେ ବିଭାଗୀୟ ଯନ୍ତ୍ରୀ ପ୍ରଦୀପ କୁମାର ଜେନାଙ୍କୁ ପଚାରିବାରୁ ସ୍ୱଛ ଭାତର ମିଶନରେ ୩୦ହଜାର ଟଙ୍କା ବ୍ୟୟରେ ସାଇକେଲ କିଣାଯାଇଛି। ଶଙ୍କୁଲେଇ ପଂଚାୟତକୁ ସାଇକେଲ ଦେବା ପାଇଁ ବାକି ରହିଛି ।ପରିଚାଳନା ପାଇଁ ସ୍ୱଂୟସହାୟକ ଦଳ ନିରୂପଣ ହୋଇପାରିନଥିବାରୁ ସାଇକେଲ ଦେବାରେ ବିଳମ୍ବ ହୋଇଛି।

 

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories