www.samajalive.in
Saturday, December 13, 2025
26.1 C
Bhubaneswar

ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ସଚେତନତା ରଥର ଶୁଭାରମ୍ଭ

କଣ୍ଟାବାଞ୍ଜି : ରାଜ୍ୟ ସରକାର ଛାତ୍ର- ଛାତ୍ରୀ ଓ ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।  ନିଯୁକ୍ତି ଲାଗି ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ନେଇ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ ଜରିଆରେ ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରସାରିତ କରୁଛନ୍ତି ।
ରାଜ୍ୟର ୫୦୦ଟି କେନ୍ଦ୍ର ଜରିଆରେ ଯୁବବର୍ଗଙ୍କୁ ସୂଚନା ପ୍ରଯୁକ୍ତି ବିଦ୍ୟା ତାଲିମ ପ୍ରଦାନ ସହ ପ୍ରମାଣ ପତ୍ର ଓ ରାଜ୍ୟରେ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ କଣ୍ଟାବାଞ୍ଜି ଆଇସେଟ କମ୍ପ୍ୟୁଟର(ଜୈନ କମ୍ପ୍ୟୁଟର) ଠାରେ ଶନିବାର ଏ ସମ୍ବନ୍ଧୀୟ ସଚେତନତା ରଥର ଶୁଭାରମ୍ଭ କରଯାଇଛି ।
ଏହି ଅବସରରେ କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜ ଅଧକ୍ଷ  ରାଜେନ୍ଦ୍ର କୁମାର ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରଥର ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ସଚେତନତା ରଥ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ସଚେତନ ରଥ
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ସରକାରୀ ଯୋଜନା ନେଇ ସଚେତନ କରିବ। ଆୟୋଜିତ  କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଡ଼ା. ନେପାଳ ସେଠୀ, ରାକେଶ କୁମାର ଜୈନ, ସ୍ନେହା ମହାପାତ୍ର, ପୁଷ୍ପାଞ୍ଜଳି ନାହାକ, ରିତିକା ଜୈନ, ସନ୍ତୋସିନୀ ରତାଇ, ରାଜ ସିଂ ଠାକୁର, ମନବୋଧ ଦାସ, ରିସବ ଜୈନ, ସୋନଲ ଗୋହିଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories