ଡେସ୍କ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଖେର ଖେଡି ଗ୍ରାମରେ ୬୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଥିବା ଆଠ ବର୍ଷର ଶିଶୁ ଲୋକେଶଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି। ବୋରୱେଲ ସହିତ ସମାନ୍ତରାଳ ଗର୍ତ୍ତ ଖୋଳିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ବର୍ତ୍ତମାନ ଉଭୟ ଗର୍ତ୍ତ ମଧ୍ୟରେ ଏକ ଟନେଲ ତିଆରି କରିବ। ପିଲାଟିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ଲାଟଫର୍ମ ବ୍ୟବସ୍ଥା କରାଯାଇଛି। ଏହା ପରେ ଟନେଲ ତିଆରି ହେବ। ଏନଡିଆରଏଫ କହିଛି ଯେ ଟନେଲ କାମ ଶେଷ କରିବା ଲାଗି ଆଉ ଦେଢ଼ ଘଣ୍ଟାରୁ ୨ ଘଣ୍ଟା ସମୟ ଲାଗିବ।
ଜଣେ ଅଧିକାରୀଙ୍କ କହିବାନୁସାରେ, ପିଲାଟି ୪୩ ଫୁଟରେ ଅଟକି ରହିଛି ଏବଂ ଏକ ଡାକ୍ତର ଟିମ୍ ଶିଶୁ ଉପରେ ନଜର ରଖିଛନ୍ତି। ସେ କହିଛନ୍ତି, “ଟନେଲ ଭିତରେ ଆମେ ତାଙ୍କ ପାଖରେ ପହଞ୍ଚିବାରେ ଅସମର୍ଥ ଥିବାରୁ ପିଲାଟିକୁ କୌଣସି ପ୍ରକାର ଖାଦ୍ୟ ଦିଆଯାଇ ପାରୁନାହିଁ। କିନ୍ତୁ ଉଦ୍ଧାର କାର୍ଯ୍ୟକୁ ଏନଡିଆରଏଫ ତ୍ୱରାନ୍ୱିତ କରିଛି।



