www.samajalive.in
Wednesday, December 10, 2025
18.1 C
Bhubaneswar

ଆମ ସଂସ୍କୃତି, ଆମ ଖେଳଣା ନିର୍ମାଣ କର୍ମଶାଳା

ସମ୍ବଲପୁର: ସମ୍ବଲପୁରର ମାନେଶ୍ୱର ବ୍ଲକ ଅର୍ନ୍ତଗତ ଠେମରା ବିଦ୍ୟାଳୟ ଠାରେ ସିନ୍ଦୁରପଙ୍କ କ୍ଲଷ୍ଟର, ଠେମରା କ୍ଲଷ୍ଟର, ପରମାଣପୁର କ୍ଲଷ୍ଟର ଓ ନୁଆତିହୁରା କ୍ଲଷ୍ଟର ଗୁଡିକର ମିଳିତ ସହଯୋଗରେ କ୍ଲଷ୍ଟରସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ନିର୍ମାଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ଟି କ୍ଲଷ୍ଟରର ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଏହି କର୍ମଶାଳା ଦୁଇ ଦିନ ଧରି ଆୟୋଜିତ ହୋଇଥିବା ବେଳେ ଏହାକୁ ମାନେଶ୍ୱର ଗୋଷ୍ଠି ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ସ୍ଥାନୀୟ କୁଶଳୀ ବଢ଼େଇ, କୁମ୍ଭାର, ବାଉଁଶ କାରିଗର, ମୂର୍ତ୍ତି କାରିଗର ସମେତ ଖଜୁରୀ ପତ୍ରରୁ ନିର୍ମିତ ସାମଗ୍ରୀ ଏବଂ ଖେଳଣା ଓ ଶିକ୍ଷୟଣୀୟ ସାମଗ୍ରୀ ଗୁଡିକ କର୍ମଶାଳା ନିର୍ମାଣ କରାଯାଇ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା। କର୍ମଶାଳା ଅବସରରେ ନିର୍ମିତ ସାମଗ୍ରୀ ଗୁଡିକର ପାଠ୍ୟ ସାମଗ୍ରୀ ସହିତ ସର୍ମ୍ପକ ଉପରେ ଆଲୋକପାତ କରାଯାଇଥିଲା। ଶେଷରେ କୈଳାଶ ଚନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories