www.samajalive.in
Saturday, December 13, 2025
26.1 C
Bhubaneswar

ଆଧାର କାର୍ଡ ନଥିବାରୁ ମିଳୁନି ଚାଉଳ, ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ ପାଇଁ ନିବେଦନ

ପଦ୍ମପୁର: ଗରିବ ଅସହାୟ ଓ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସରକାରଙ୍କ ବହୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ହେଲେ ଲୋକଙ୍କ ପାଖରେ ପହଞ୍ଚୁନି ସାମାଜିକ ସୁରକ୍ଷାର ଯୋଜନା। ରାୟଗଡା ଜିଲା ପଦ୍ମପୁର ବ୍ଲକର ତିତିରିବନ୍ଧ ଗ୍ରାମର କାଡିଙ୍ଗୀ ମାଝିଙ୍କ ପାଖରେ ପହଞ୍ଚି ପାରୁନି ଏହି ଯୋଜନା।

ରାୟଗଡା ଜିଲା ପଦ୍ମପୁର ବ୍ଲକର ତିତିରିବନ୍ଧ ଗ୍ରାମର କାଡିଙ୍ଗି ମାଝି। ପିଲାଟି ଦିନରୁ ସେ ଦୃଷ୍ଟିହୀନ। ତାଙ୍କର ସାହାରା ପାଲିଟିଛି ଖଣ୍ଡେ ବାଉଁଶ ବାଡି। ତାଡିଙ୍ଗି ସରକାରଙ୍କ ତରଫରୁ ଭତ୍ତା ମାତ୍ର ୭ଶହ ଟଙ୍କା ପାଉଛନ୍ତି। ଆଧାରକାର୍ଡ ନ ଥିବାରୁ ତାଙ୍କୁ ଚାଉଳ ମିଳୁନାହିଁ। ତାଙ୍କ ପାଇଁ ଆଧାର କାର୍ଡ କରିଦେବା ସହ ଚାଉଳ ୨୦କିଲୋଗ୍ରାମ ଦେବା ନିମନ୍ତେ ସେ ପ୍ରଶାସନକୁ ନିବେଦନ କରିଛନ୍ତି ।

- Advertisement -

ତାଡ଼ିଙ୍ଗିଙ୍କ ଆଖିକୁ ଦେଖାଯାଉନଥିବାରୁ ତାଙ୍କର ଆଧାର କାର୍ଡ ତିଆରି ହୋଇପାରୁନାହିଁ। ଆଧାର କାର୍ଡ ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ପାରୁନି ବୋଲି ସେ କହିଛନ୍ତି। ଆଧାର କାର୍ଡ ନଥିବାରୁ ସେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରୁନଥିବା ଜଣାପଡିଛି। ସେ ଖଣ୍ଡିଏ ଆଧାର କାର୍ଡ ପାଇଁ ପଞ୍ଚାୟତ ଠାରୁ ଆରମ୍ବ କରି ବ୍ଲକ, ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଛନ୍ତି କିନ୍ତୁ ତାଙ୍କର ସବୁ ଉଦ୍ୟମ ବିଫଳ ହୋଇଥିବା କହିଛନ୍ତି। ଜିଲା ପ୍ରଶାସନ ତରଫରୁ ତାଡିଙ୍ଗିଙ୍କ ପାଇଁ ଆଧାର କାର୍ଡ ତିଆରି ସହ ଖାଦ୍ୟସୁରକ୍ଷା ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories