www.samajalive.in
Saturday, December 13, 2025
14.1 C
Bhubaneswar

ପୁଣି ସୋସିଆଲ ମିଡିଆରେ ରାହୁଲ: ୫ଟଙ୍କାରେ ମିଳୁଛି ଆଳୁ!

ନୂଆଦିଲ୍ଲୀ: “ଆପଣ କୌଣସି ଚିପ୍ସର ପ୍ୟାକେଟ ଉଠାନ୍ତୁ। ଆଳୁର ଏବେ ବଜାର ମୂଲ୍ୟ କେତେ? ୫ଟଙ୍କା। ଚିପ୍ସ ପ୍ୟାକେଟର ମୂଲ୍ୟ କେତେ? ସେଥିରେ କେତେ ଆଳୁ ଥାଏ? ଅଧା ଆଳୁରେ ଗୋଟେ ଚିପ୍ସ ପ୍ୟାକେଟର ଚିପ୍ସ ନିର୍ମାଣ ହୁଏ। ସେଥିରୁ ଜଣେ କୃଷକଙ୍କୁ କେତେ ମୂଲ୍ୟ ମିଳେ? ୫୦ପଇସା, ତା’ଠାରୁ କମ୍‍…’ ଏଭଳି କଥା ଅମେ ନୁହେଁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ଯୋଗ ଦେଇଥିବା ରାହୁଲ ଗାନ୍ଧିଙ୍କ ଉପରୋକ୍ତ ଭାଷଣ ସୋସିଆଲ ମିଡିଆକୁ ପୁଣି ଚଳଚଞ୍ଚଳ କରିଦେଇଛି। ମଧ୍ୟପ୍ରଦେଶର ଧାର ଅଞ୍ଚଳରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ରାହୁଲ ଗାନ୍ଧି ଏହି ମନ୍ତବ୍ୟ ଦେଇଛନ୍ତି। ଆଳୁ ଚାଷୀଙ୍କ ବିଡ଼ମ୍ବନା ସମ୍ପର୍କରେ ଜନତାଙ୍କୁ ବୁଝାଇବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ଯେଉଁ ଉଦାହରଣ ଦେଲେ ତାହା ଦେଶବାସୀଙ୍କୁ ଚକିତ କରିଦେଇଛି। ୫ଟଙ୍କାରେ ଆଳୁ କେଉଁଠି ମିଳୁଛି ଏହାକୁ ନେଇ ସୋସିଆଲ ମିଡିଆ ପାଲଟା ରାହୁଲଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories