www.samajalive.in
Thursday, December 11, 2025
14.1 C
Bhubaneswar

ମମତାଙ୍କ ଗଡ଼ରେ ବିଜେପିର ରଣନୀତି: ମୁସଲିମ ପ୍ରାର୍ଥୀଙ୍କୁ ଛିଡ଼ା କରିବ ବିଜେପି

କଲକାତା: ପଶ୍ଚିମବଙ୍ଗ ରାଜନୀତିକୁ ଅନୁଧ୍ୟାନ କରି ଶେଷରେ ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି। ସଂଖ୍ୟାଲଘୁଙ୍କ ବ୍ୟାପକ ସମର୍ଥନରେ ନିର୍ମିତ ମମତାଙ୍କ ଗଡ଼କୁ ଭାଙ୍ଗିବାକୁ ହେଲେ ବିଜେପିକୁ ମଧ୍ୟ ସଂଖ୍ୟାଲଘୁଙ୍କ ସମର୍ଥନର ଆବଶ୍ୟକତା ରହିଛି ଏହା ବେଶ୍‍ ବୁଝି ପରିଛି ବିଜେପି। ତେଣୁ ଆଗାମୀ ନିର୍ବାଚନରେ ରାଜ୍ୟରେ ଅଧିକ ସଂଖ୍ୟକ ମୁସଲିମ ପ୍ରାର୍ଥୀଙ୍କୁ ଛିଡ଼ା କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି।
ବିଗତ ଦିନରେ ପଶ୍ଚିମବଙ୍ଗରେ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ମୋଟ୍‍ ୮୫୦ଜଣ ମୁସଲିମ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା। ସେମାନଙ୍କ ମଧ୍ୟରୁ ୫୦ପ୍ରତିଶତ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିଲେ। ବିଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ବିଜେପି କେବଳ ୨ଟି ଆସନ ସଂଖ୍ୟାଲଘୁଙ୍କୁ ପ୍ରଦାନ କରିଥିଲା। ଫଳରେ ସିପିଆଇ(ଏମ) ଓ କଂଗ୍ରେସକୁ ପଛରେ ପକାଇ ତୃଣମୂଳ କଂଗ୍ରେସ ସହ କଡ଼ା ମୁକାବିଲା କରିଥିଲା ବିଜେପି। ରାଜ୍ୟରେ ମୋଟ୍‍ ୩୦ ପ୍ରତିଶତ ଭୋଟର ମୁସଲିମ ବୋଲି ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ସୂଚନା ଦେଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଅଧିକ ସଂଖ୍ୟକ ମୁସଲିମ ପ୍ରାର୍ଥୀଙ୍କୁ ଟିକଟ ଦେଲେ ବିଜେପି ରାଜ୍ୟରେ ଭଲ ଫଳ କରିପାରିବ ବୋଲି ଆଶା ବାନ୍ଧିଛି ବିଜେପି। ସେହିପରି ଆଗାମୀ ନିର୍ବାଚନରେ ବିଜେପି ସ୍ଥାନୀୟ ଅଞ୍ଚଳବାସୀଙ୍କ ପସନ୍ଦକୁ ଅଧିକ ଗୁରୁତ୍ୱ ଦେବାକୁ ସ୍ଥିର କରିଛି। ତେଣୁ ଆଗାମୀ ଦିନରେ ପଶ୍ଚିମବଙ୍ଗ ରାଜନୀତିରେ ବିଜେପି ଅଧିକ ସଂଖ୍ୟକ ମୁସଲିମଙ୍କୁ ଟିକଟ ଦେଇ ନିଜ ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ କରିବାକୁ ଯାଉଛି। ଅପରପକ୍ଷରେ ବିଜେପିର ଏଭଳି ରଣନୀତିର କୌଣସି ପ୍ରଭାବ ଟିଏମସି ଉପରେ ପଡ଼ିବ ନାହିଁ ବୋଲି ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ସଂଖ୍ୟାଲଘୁ ବିଜେପିର ଉଦ୍ଦେଶ୍ୟ ସମ୍ପର୍କରେ ବେଶ୍‍ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ବିଜେପିର ଏଭଳି ରଣନୀତିର କୌଣସି ପ୍ରଭାବ ନିର୍ବାଚନରେ ପରିଲକ୍ଷିତ ହେବ ନାହିଁ ବୋଲି ଶ୍ରୀ ଚାଟାର୍ଜୀ ଆଶାପ୍ରକାଶ କରିଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories