www.samajalive.in
Friday, December 12, 2025
23.1 C
Bhubaneswar

ଶହାବୁଦ୍ଦିନଙ୍କ ମାମଲା ଖାରଜ: ଆଜୀବନ କାରାଦଣ୍ଡ କାଏମ୍‍

ନୂଆଦିଲ୍ଲୀ: ବିହାରର ବାହୁବଳୀ ନେତା ମହମ୍ମଦ ଶହାବୁଦ୍ଦିନଙ୍କ ମାମଲାକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛି। ସିବାନରେ ଦୁଇ ଭାଇଙ୍କୁ ହତ୍ୟାମାମଲାରେ ତାଙ୍କୁ ହୋଇଥିବା ଆଜୀବନ କାରାଦଣ୍ଡ ଦଣ୍ଡାଦେଶକୁ ସୁପ୍ରିମ କୋର୍ଟ କାଏମ୍‍ ରଖିଛନ୍ତି। ପାଟନା ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଶହାବୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଶହାବୁଦ୍ଦିନ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।
ମଙ୍ଗଳବାର ସୁପ୍ରିମ କୋର୍ଟରେ ଉକ୍ତ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆବେଦନକାରୀ ଆଇନଜୀବୀଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ ଯେଉଁ ପ୍ରଶ୍ନର ଉତ୍ତର ଦେବାରେ ଆବେଦନକାରୀ ଆଇନଜୀବୀ ବିଫଳ ହୋଇଥିଲେ।
ପ୍ରଧାନ ବିଚାରପତି ତାଙ୍କ ପ୍ରଶ୍ନରେ ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ତଥା ମୃତ ବ୍ୟକ୍ତିଙ୍କ ତୃତୀୟ ଭାଇ କୋର୍ଟରେ ସାକ୍ଷ୍ୟ ଦେବାକୁ ଯାଉଥିବାବେଳେ ତାଙ୍କୁ କାହିଁକି ହତ୍ୟା କରାଗଲା। ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ଥିଲା। ଏହାର ଉତ୍ତର ଆବେଦନ ପକ୍ଷ ଦେଇ ନପାରିବାରୁ ଉଚ୍ଚ ନ୍ୟାୟାଳୟର ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ କୋର୍ଟରେ ଗଠିତ ଖଣ୍ଡପିଠ ମନା କରିଦେଇଛନ୍ତି। ଏଭଳି ଆବେଦନରେ ତଥ୍ୟଗତ ପ୍ରମାଣର ଅଭାବ ହେତୁ ଉଚ୍ଚ ନ୍ୟାୟାଳୟର ରାୟରେ ହସ୍ତକ୍ଷେପ କରାଯିବ ନାହିଁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସ୍ପଷ୍ଟ କରିଛନ୍ତି।
୨୦୦୪ରେ ବିହାରର ସିବାନରେ ସତୀଶ ଓ ଗିରିଶଙ୍କୁ ଏସିଡ଼ ଫିଙ୍ଗି ହତ୍ୟା କରାଯାଇ ଥିଲା। ଏହି ହତ୍ୟାକାଣ୍ଡରେ ନିମ୍ନ କୋର୍ଟ ୯ଡିସେମ୍ବର ୨୦୧୫ରେ ଶହାବୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଶହାବୁଦ୍ଦିନ ଏହି ମାମଲାରେ ପାଟନା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ। ତେବେ ପାଟନା ଉଚ୍ଚ ନ୍ୟାୟାଳୟ ଆଜୀବନ ଦଣ୍ଡାଦେଶ କାଏମ ରଖିଥିଲେ। ୬ଜୁନ୍‍ ୨୦୧୪ରେ ଏହି ମାମଲାର ସାକ୍ଷୀ ତଥା ମୃତକଙ୍କ ତୃତୀୟ ଭାଇ ରାଜୀବ ରୋଶନଙ୍କୁ ଗୁଳି ମାରି ହତ୍ୟା କରାଯାଇ ଥିଲା।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories