www.samajalive.in
Saturday, December 13, 2025
26.1 C
Bhubaneswar

ହୋଲିରେ ହତ୍ୟା – ତିଗିରିଆରେ ସ୍ୱାମୀ ମୃତ, ସ୍ତ୍ରୀ ଏବଂ ଝିଅ ଗୁରୁତର

ତିଗିରିଆ- ରକ୍ତ ରଞ୍ଜିତ ହୋଇଛି ତିଗିରିଆ । ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମ ସୁରେନ୍ଦ୍ରପାଟଣାରେ ଘଟିଛି ହତ୍ୟାକାଣ୍ଡ । ଗୋଟିଏ ପରିବାରର ତିନି ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଏଥିରେ ବାପାର ମୃତ୍ୟୁ ହୋଇଥିବାବେଳେ ମାଆ ଓ ଝିଅ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ ସୁରେନ୍ଦ୍ରପାଟଣା ଗ୍ରାମର ଚିନ୍ତାମଣି ବେହେରା (୫୦) ଙ୍କର ପରିବାରକୁ ଏହି ଆକ୍ରମଣ ହୋଇଛି ।

ଆକ୍ରମଣକାରୀମାନେ ଉକ୍ତ ସୁରେନ୍ଦ୍ରପାଟଣା ଗ୍ରାମର ଗୋଟିଏ ପରିବାର ବାପ ଓ ୩ପୁଅ, ଏହି ୪ଜଣ ମିଶି ସଂଘବଦ୍ଧ ଭାବେ ବୁଧବାର ସକାଳେ ବିଭିନ୍ନ ଧାରୁଆ ଅସ୍ତ୍ରରେ ଚିନ୍ତାମଣିଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଚିନ୍ତାମଣିଙ୍କ ପରିବାର ସଦସ୍ୟଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଠଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇ ଥିଲେ । ଡାକ୍ତରଖାନାରେ ଡାକ୍ତର ଚିନ୍ତାମଣିଙ୍କୁ ମୃତ ଘୋଷଣା କରିଥିବା ବେଳେ ପତ୍ନୀ ରଶ୍ମିତା ଏବଂ ଝିଅ ମିନତୀ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀମାନେ ଫେରାର ଥିବା ବେଳେ ଥାନା ପୁଲିସ ୨ ଜଣ ମହିଳାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ବିଷୟରେ ପୁଲସି କୌଣସି ସୂଚନା ଦେଇ ନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories