www.samajalive.in
Sunday, December 14, 2025
14.1 C
Bhubaneswar

‘ହୋଲି – ସମ୍ପର୍କର ରଙ୍ଗ’, ଜୀ-ସାର୍ଥକରେ ସ୍ୱତନ୍ତ୍ର ହୋଲି କାର୍ଯ୍ୟକ୍ରମ

ଡେସ୍କ: ଏଥର ହୋଲିରେ ଜୀ-ସାର୍ଥକ ବୋଳିବ ଭିନ୍ନ ଏକ ରଙ୍ଗ। ଉଡିବ ସାତ ରଙ୍ଗର ଅଭିର। ସମ୍ପର୍କର ରଙ୍ଗକୁ ନେଇ ହେବେ ରଙ୍ଗୀନ ହେବ ଏଥରର ହୋଲି। ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦେଖିବେ ଦର୍ଶକ ଏକ ନିଆରା କାହାଣୀ ଯେଉଁଥିରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ଭିର୍ଣ୍ଣ ଢଙ୍ଗରେ ପରିବେଷଣ କରାଯାଇଛି। ଏହି ବିଶେଷ ହୋଲି କାର୍ଯ୍ୟକ୍ରମରେ ଜୀ-ସାର୍ଥକର ସମସ୍ତ ବଡ ବଡ ସେଲିବ୍ରିଟି ଅଭିନୟ କରିବା ସହ ସମ୍ପର୍କର ରଙ୍ଗ ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ।

କଥାରେ ଅଛି ସମ୍ପର୍କ ହୃଦୟରୁ ହିଁ ହୁଏ। ହସ ଖୁସିର ସଂସାରରେ ଯୋଡି ହୋଇଛି ସମ୍ପର୍କର ସେତୁ। ଜୀ ସାର୍ଥକର ସମସ୍ତ ସେଲିବ୍ରିଟିଙ୍କୁ ନେଇ ଅଭିନବ ଏବଂ ନିଆରା କାର୍ଯ୍ୟକ୍ରମ। ହୋଲିରେ କିଛି ଭିନ୍ନତା ଆଣିବା ପାଇଁ ଜ଼ୀ ସାର୍ଥକ ପ୍ରସ୍ତୁତ କରିଛି “ହୋଲି – ସମ୍ପର୍କର ରଙ୍ଗ”, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ମନ ଛୁଆଁ ଏକ କାହାଣୀ। ମାର୍ଚ୍ଚ ୫ ତାରିଖ ସଂଧ୍ୟା ସାଢେ ୬.୩୦ମିରେ ଦେଖିବାକୁ ପାଇବେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ହୋଲି – ସମ୍ପର୍କର ରଙ୍ଗ’। କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories