www.samajalive.in
Saturday, December 13, 2025
26.1 C
Bhubaneswar

ଧାନ ସଂଗ୍ରହରେ ଲାଭବାନ ହେଲେଣି ଏକ କୋଟିରୁ ଅଧିକ ଚାଷୀ

ଡେସ୍କ : ୨୦୨୨-୨୩ ଖରିଫ ଋତୁ ପାଇଁ ଧାନ ସଂଗ୍ରହରେ ଏକ କୋଟିରୁ ଅଧିକ କୃଷକ ଲାଭବାନ ହୋଇଛନ୍ତି । ଗତ ପହିଲା ସୁଦ୍ଧା ୭୧୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି । ଏ ବାବଦରେ ଏକ ଲକ୍ଷ ୧୪ହଜାର କୋଟି ଟଙ୍କା କୃଷକମାନଙ୍କ ଜମାଖାତାକୁ ପଠାଯାଇଛି । ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି ବିନା ପ୍ରତିବନ୍ଧକରେ ଧାନ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂଗୃହୀତ ହୋଇଥିବା ଧାନ ଗୁଡ଼ିକ ବଦଳରେ ଚାଉଳ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ସଠିକ୍‌ ଭାବେ ଚାଲିଛି । ଦେଶରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ଅଛି ଓ ଏହା ଯୋଗୁଁ ଦେଶର ଚାହିଦା ପୂରଣ ହୋଇପାରିବ। ଚଳିତ ଖରିଫ ଋତୁରେ ୭୬୬ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ  କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories