www.samajalive.in
Wednesday, December 10, 2025
16.1 C
Bhubaneswar

ହାଣ୍ଡିଶାଳରେ ମହଙ୍ଗାମାଡ ; ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି

ନୂଆଦିଲ୍ଲୀ : ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ। ହୋଲି ପୂର୍ବରୁ ପୁଣି ଦେଶରେ ବୃଦ୍ଧି ହେଲା ଏଲପିଜି ସିଲିଣ୍ଡର ଦର। ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ୧୪.୨ କିଲୋ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇ ୧,୧୦୩ ଟଙ୍କା ହୋଇଛି।
ସୂଚନାନୁଯାୟୀ, କମର୍ସିଆଲ (ବାଣିଜ୍ୟ) ଗ୍ୟାସ ସିଲିଣ୍ଡର ଦର ୩୫୦.୫୦ ବୃଦ୍ଧି ହୋଇଥିଲା। ଦିଲ୍ଲୀରେ ଆଜି ଠାରୁ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦାମ୍‌‌ ବୃଦ୍ଧି ହୋଇ ୨୧୧୯.୫୦ ଟଙ୍କା ହୋଇଛି। ତେବେ ସାରା ଦେଶରେ ରନ୍ଧନ ଗ୍ୟାସ୍‌‌ ଦାମ୍‌‌ ୧ହଜାର ଟଙ୍କା ଉପରେ ରହିଥିବା ବେଳେ ସିଲିଣ୍ଡର ଦର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ଦର ୧ ହଜାର ୭୯ ଟଙ୍କା ଥିଲା। ବର୍ତ୍ତମାନ ୫୦ ଟଙ୍କା ବୃଦ୍ଧି ପରେ ୧୧ ଶହ ୨୯ ଟଙ୍କା ହୋଇଛି।
ଗତ କିଛି ବର୍ଷ ମଧ୍ୟରେ ଏଲପିଜି ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପ୍ରିଲ ୧, ୨୦୧୭ ରୁ ଜୁଲାଇ ୬, ୨୦୨୨ ମଧ୍ୟରେ ଏଲପିଜି ମୂଲ୍ୟ ୫୮ ଥର ପରିବର୍ତ୍ତନ କରାଯାଇଥିଲା। ଏହି କାରଣରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ୍ ୨୦୧୭ ରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ୭୨୩ ଟଙ୍କା ଥିଲା। ଜୁଲାଇ ୨୦୨୨ ସୁଦ୍ଧା ୪୫ ପ୍ରତିଶତ ବୃଦ୍ଧି ହୋଇ ୧,୦୫୩ ହୋଇ ଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories