www.samajalive.in
Sunday, December 14, 2025
26.1 C
Bhubaneswar

କ୍ୟାପିଟାଲ ହସପିଟାଲରେ ପୁଲିସ ମହାନିର୍ଦେଶକ: ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ, ଚିକିତ୍ସା ବ୍ୟବସ୍ଥା ବୁଝିଲେ

ଭୁବନେଶ୍ବର: ଆଜି ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ କ୍ୟାପିଟାଲ ହସପିଟାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ବଂଶଲ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥା ବୁଝିଛନ୍ତି। ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନରେ କିଛି ପୁଲିସ କର୍ମଚାରୀ ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଡିଜିପିଙ୍କ ସହ ପୁଲିସ କମିଶନର ମଧ୍ୟ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଥିବା ସୂଚନା ମିଳିଛି।

ଭୁବନେଶ୍ୱର ଲୋୟର ପିଏମଜି ଛକରେ ବିଜେପି କର୍ମୀଙ୍କ ଆକ୍ରମଣରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। କଟକ ଜୋନ ୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ୨୧ରୁ ଅଧିକ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବା ବିଜେପି ଯୁବମୋର୍ଚ୍ଚା ଶୋଭାଯାତ୍ରାକୁ ଲୋୟର ପିଏମଜିରେ ଅଟକାଇବାକୁ ପ୍ରୟାସ କରିଥିଲେ ପୁଲିସ ଅଧିକାରୀ ।

- Advertisement -

ସୂଚନା ବିଜେପି ଯୁବ ମୋର୍ଚ୍ଚା କର୍ମୀ ଢେଲା, ପଥର ସହ ଅଣ୍ଡା ମାଡ଼ କରିଥିଲେ। ଏଥିରେ ଏକାଧିକ ପୁଲିସ କର୍ମୀ ଗଭୀର ଆହତ ହୋଇଛନ୍ତି। ପୁଲିସ ଡିଜିପି ସୁନୀଲ ବଂଶଲ ଓ କମିଶନର ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀ ଗସ୍ତ କରି ସମସ୍ତଙ୍କୁ ଭେଟିଥିଲେ। ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତଦନ୍ତ ଚାଲିଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରକାଶ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories