www.samajalive.in
Thursday, December 11, 2025
26.1 C
Bhubaneswar

ଅତାବିରା ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ବ୍ଲକ ଝିଲିମିଣ୍ଡା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜ ସେବୀ ଜୟଦେବ ମେହେର, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶିଶିର କୁମାର ଭୋଇ, ଲାଦର୍ ପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ , ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ଲସ୍ତଲା ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ବିଶ୍ଵାଳ,ସମିତି ସଭ୍ୟା ମଞ୍ଜୁଲତା ବଢେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ବ୍ଲକ କ୍ରୀଡା ସମ୍ପାଦକ ଲବ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ବ୍ଲକ ଜୁନିଅର ରେଡକ୍ରସ ର ସହ ସମ୍ପାଦକ କିଶୋର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଓଡ଼ିଆ କିମ୍ବା ଇଂରାଜୀ ପ୍ରବନ୍ଧ ଲିଖନ, କୁଇଜ, ଏ କ୍ସଟମ୍ପୋରି ବକୃତା, ଚିତ୍ରାଙ୍କନ, ଦଳୀୟ ନୃତ୍ୟ ଓ ଦଳଗତ ସଙ୍ଗୀତ ଆଦି ୬ ଟି ପ୍ରତିଯୋଗିତା ହୋଇଥିଲା ।ବ୍ଲକ ର ୧୨୨ଜଣ ଛାତ୍ର ଛାତ୍ରୀ ଓ ୨୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଓ ଦଳଗତ ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଜିଲା ସ୍ତରରେ ମଧ୍ୟ ପ୍ରତିଯୋଗିତା କରିପାରିବେ ବୋଲି ଜଣା ପଡିଛି। ଶିକ୍ଷକ ଧର୍ମରlଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

ଶିକ୍ଷକ ଗୋପୀନାଥ ବିଶ୍ବାଳଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା। ଆସନ୍ତା ମାର୍ଚ୍ଚ ୧ ରୁ ,୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଅମ୍ବlଭୋନା ବ୍ଲକ ରୁଚିିଦା ହାଇ ସ୍କୁଲ ରେ ହେବ ବୋଲି ସୂଚନା ରହିଛି।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories